ETV Bharat / state

ଦମ୍ପତିଙ୍କ ଉପରେ ମାଡିଗଲା ଟ୍ରକ, ମହିଳା ମୃତ - ଢେଙ୍କାନାଳ ପୁର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା

ଢେଙ୍କାନାଳ ପୁର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା । ସାଇକେଲ ଉପରେ ଏକ ଟ୍ରକ ମାଡିଯିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ...

truck run over a cycle, road accident in dhenkanal, woman died in accident,  ସାଇକେଲ ଉପରେ ମାଡିଗଲା ଟ୍ରକ, ଢେଙ୍କାନାଳ ପୁର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା, ସଡକ ଦୁର୍ଘଟଣା ମହିଳା ମୃତ
ସାଇକେଲ ଉପରେ ମାଡିଗଲା ଟ୍ରକ, ମହିଳା ମୃତ
author img

By

Published : Jan 17, 2020, 9:56 PM IST

ଢେଙ୍କାନାଳ: ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡିଶ ବାରୁଆଁ ପୁର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା । ସାଇକେଲ ଉପରେ ଏକ ଟ୍ରକ ମାଡିଯିବା ଫଳରେ ସାଇକେଲରେ ସ୍ବାମୀଙ୍କ ସହ ଯାଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ସାଇକେଲ ଉପରେ ମାଡିଗଲା ଟ୍ରକ, ମହିଳା ମୃତ

ମୃତ ମହିଳା ଜଣକ ଭୁବନ ଥାନା ଅନ୍ତର୍ଗତ ଓଡିଶ ଗ୍ରାମର ମହେଶ୍ବର ଦାସଙ୍କ ପତ୍ନୀ ଗୁରୁବାରୀ ଦାସ ବୋଲି ଜଣାପଡିଛି । ଶୁକ୍ରବାର ଗୁରୁବାରୀ ସ୍ବାମୀଙ୍କ ସହିତ ସାଇକେଲ ଯୋଗେ ଓଡିଶ ଡାକ୍ତରଖାନାକୁ ଯାଉଥିଲେ । ଡାକ୍ତରଖାନା କିଛି ଦୂରରେ ଏକ ଟ୍ରକ ତାଙ୍କ ସାଇକେଲ ଉପରକୁ ମାଡି ଯାଇଥିଲା । ଫଳରେ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମର ଲୋକମାନେ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ଗୁରୁବାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସ୍ବାମୀ ମହେଶ୍ବର ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ଥିବାବେଳେ ଗ୍ରାମବାସୀ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ଖବରପାଇ ଭୁବନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ଭୁବନ ଡାକ୍ତରଖାନାକୁ ବ୍ୟବଚ୍ଛେଦ କରିବାକୁ ପଠାଇ ଅଧିକ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:
ଆଙ୍କର- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡିଶ ବାରୁଆଁ ପୁର୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା ଘଟିଛି। ସାଇକେଲ ଉପରେ ଏକ ଟ୍ରକ ମାଡିଯାଇଛି। ଫଳରେ ସାଇକେଲରେ ସ୍ବାମୀଙ୍କ ସହ ଯାଉଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।
Body:ମୃତ ମହିଳା ଜଣଙ୍କ ଭୁବନ ଥାନା ଅନ୍ତର୍ଗତ ଓଡିଶ ଗ୍ରାମର ମୃତ ମହିଳା  ମହେଶ୍ବର ଦାସଙ୍କ ପତ୍ନୀ ଗୁରୁବାରୀ ଦାସ ବୋଲି ଜଣାପଡିଛି। ଶୁକ୍ରବାର ଗୁରୁବାରୀ  ସ୍ବାମୀଙ୍କ ସହିତ ଏକ ସାଇକେଲ ଯୋଗେ ଓଡିଶ ଡାକ୍ତରଖାନାକୁ ଯାଉଥିଲେ । ଡାକ୍ତରଖାନା କିଛି ଦୂରରେ ଏକ ଟ୍ରକ ତାଙ୍କ ସାଇକେଲ ଉପରକୁ ମାଡି ଯାଇଥିଲା । ଫଳରେ ଉଭୟ ଦଂପତିଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମ ଲୋକମାନେ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତି କରିଥିଲେ। ମାତ୍ର  ଗୁରୁବାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ଥିବାବେଳେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ ।ଖବରପାଇ ଭୁବନ ପୁଲିସ ପହଞ୍ଛି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Conclusion:ପୁଲିସ ଶବ ଉଦ୍ଧାର କରି ଭୁବନ ଡାକ୍ତରଖାନାକୁ ବ୍ୟବଛେଦ କରିବାକୁ ପଠାଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.