ETV Bharat / state

ପ୍ରଥା ଓ ପରମ୍ପରାରେ ପାଳନ ହେଲା ଢେଙ୍କାନାଳରେ ରଥଯାତ୍ରା - dhenkanal ratha yatra

ଢେଙ୍କାନାଳ ଜିଲ୍ଲାରେ କେବଳ ବିଧିରେ ପାଳନ ହେଲା ରଥଯାତ୍ରା । କୋରନା କଟକଣା ନେଇ ଢେଙ୍କାନାଳରେ ସିଦ୍ଧ ବଳରାମ ଜୀଉଙ୍କ ବନ୍ଦ ହେଲା ରଥଟଣା । କେବଳ ମନ୍ଦିର ଭିତରେ ପ୍ରଥା ଅନୁସାରେ ରଥଯାତ୍ରାର ପରମ୍ପରା ପାଳନ କରାଯାଇଛି ।ଅଧିକ ପଢନ୍ତୁ...

traditional-way-rath-yatra-observed-in-dhenkanal
ଢେଙ୍କାନାଳରେ ରଥଯାତ୍ରା ପ୍ରଥା ଓ ପରମ୍ପରା ଅନୁସାରେ ପାଳନ ହେଲା
author img

By

Published : Jun 23, 2020, 7:06 PM IST

ଢେଙ୍କାନାଳ: କୋରନା କଟକଣା ନେଇ ଢେଙ୍କାନାଳରେ ରଥଟଣା ବନ୍ଦ ହୋଇଯାଇଛି । ଫଳରେ ଢେଙ୍କାନାଳର ଆରାଧ୍ୟ ସିଦ୍ଧ ବଳରାମ ଜୀଉଙ୍କର ରଥଟଣା କାର୍ଯ୍ୟ ହୋଇ ନଥିଲେ ମଧ୍ୟ କେବଳ ପରମ୍ପରା ରଖିବାକୁ ବଳରାମ ମନ୍ଦିର ମଧ୍ୟରେ ନୀତିକାନ୍ତି କରାଯାଇଥିଲା ବୋଲି ଢେଙ୍କାନାଳ ଜିଲାପାଳ କହିଛନ୍ତି ।

ଢେଙ୍କାନାଳରେ ରଥଯାତ୍ରା ପ୍ରଥା ଓ ପରମ୍ପରା ଅନୁସାରେ ପାଳନ ହେଲା

ଢେଙ୍କାନାଳର ରଥଯାତ୍ରା ପରମ୍ପରା ମୁତାବକ ରାଜପ୍ରସାଦରୁ ତିନି ଠାକୁରଙ୍କୁ ବଳରାମ ମନ୍ଦିରକୁ ଅଣାଯାଇ ସେଠାରେ ପହଣ୍ଡି କରାଯାଇଥିଲା । ପ୍ରଥା ପାଳନ କରିବାକୁ ପ୍ରସ୍ତୁତ କରାଯାଇଥିବା ଏକ ଛୋଟ ରଥକୁ ପ୍ରତୀକ ଭାବେ ମନ୍ଦିର ମଧ୍ୟରେ ରଖାଯାଇଥିଲା । ରାଜପରିବାର ପକ୍ଷରୁ ରାଜା କାମାକ୍ଷାପ୍ରସାଦ ସିଂହଦେଓଙ୍କ ଅନୁପସ୍ଥିତିରୁ ଯୁବରାଜ ଅମରଜ୍ୟୋତି ସିଂହଦେଓ ଛେରାପହଁରା କରିଥିଲେ । ରଥଯାତ୍ରାର ପରମ୍ପରା ମୁତାବକ ଜୀଉମାନଙ୍କର ସମସ୍ତ ନୀତିକାନ୍ତି ମଦିର ଭିତରେ ସେବାୟତ ମାନେ କରିଥିଲେ । ପରେ ଜୀଉ ମାନଙ୍କୁ ଏକ ଅସ୍ଥାୟୀ ଗାଦିରେ ରଥାରୂଢ ପୂର୍ବକ ରଥ ଯାତ୍ରାର ପ୍ରଥା ରଖାଯାଇଛି ।

ଏହି ଅବସରରେ ଭକ୍ତ ଓ ଜନସାଧାରଣଙ୍କ ସମାଗମକୁ ଏଡ଼ାଇବା ପାଇଁ ବଳରାମ ମଦିର ଚାରିପଟ ପୁଲିସ ପକ୍ଷରୁ ସିଲ କରାଯାଇଛି । ମନ୍ଦିର ପାଖକୁ କାହାରିକୁ ଛାଡି ଦିଆଯାଉ ନଥିବା ଦେଖାଯାଇଥିଲା । ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଇ କଡା ପୁଲିସ ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରିଛନ୍ତି ଟାଉନ ଥାନା ଅଧିକାରୀ । ମହାମାରୀ କୋରୋନାକୁ ନେଇ ଚଳିତ ବର୍ଷ ଢେଙ୍କାନାଳରେ କେବଳ ପ୍ରଥାରେ ଅଟକି ରହିଯାଇଛି ରଥଯାତ୍ରା । ଆଉ ବିନା ଭକ୍ତ ଓ ବିନା ରଥ ଟଣାରେ ବଳରାମ ଜୀଉଙ୍କ ଏହି ରଥଯାତ୍ରାର ପରମ୍ପରାକୁ ସେବାୟତମାନେ ବଞ୍ଚାଇ ରଖିବାକୁ ଚେଷ୍ଠା କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.