ETV Bharat / state

ଗାଧୋଇବାକୁ ଯାଇ ବୁଡ଼ିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ବ୍ଲକ ମନ୍ଦାର ନିକଟସ୍ଥ ଦଲାର ଘାଟରେ ବୁଡି ଯୁବକ ନିଖୋଜ । ଅଧିକ ପଢନ୍ତୁ...

ଗାଧୋଇବାକୁ ଯାଇ ବୁଡ଼ିଗଲେ ଯୁବକ
ଗାଧୋଇବାକୁ ଯାଇ ବୁଡ଼ିଗଲେ ଯୁବକ
author img

By

Published : Dec 14, 2020, 2:17 PM IST

ଢେଙ୍କାନାଳ: ଜିଲ୍ଲାର ଗଁନ୍ଦିଆ ବ୍ଲକ ମନ୍ଦାର ନିକଟସ୍ଥ ଦଲାର ଘାଟରେ ଅଘଟଣ । ଗାଧୋଇବା ବେଳେ ଅସାବଧାନତା କାରଣରୁ ନଦୀରେ ବୁଡି ଗଲେ ଯୁବକ । ନିଖୋଜ ଯୁବକ ଜଣକ ଦଲାର ଗାଁର ଆମ୍ବୁଜ ବୋଲି ଜଣାପଡିଛି ।

ଗାଧୋଇବାକୁ ଯାଇ ବୁଡ଼ିଗଲେ ଯୁବକ

ସୂଚନାଅନୁସାରେ, ଦଲାର ଗ୍ରାମର ଯୁବକ ଆମ୍ବୁଜ ମଲିକ ନଦୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା କାରଣରୁ ଅମ୍ବୁଜ ନଦୀରେ ବୁଡି ଯାଇଥିବା ଜଣାପଡିଛି । ଘଟଣାର ଖବର ପାଇ ଗଣ୍ଡିଆରୁ ଦମକଳ ବାହିନୀ ପହଞ୍ଚି ନିଖୋଜ ଅମ୍ବୁଜଙ୍କୁ ନଦୀରେ ଖୋଜା ଖୋଜି ଜାରି ରଖିଛନ୍ତି । ଏ ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ କୌଣସି ସୂଚନା ମିଳିନାହିଁ । ଘଟଣାରେ ନଦୀ କୂଳରେ ଗ୍ରାମବାସୀଅଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.