ETV Bharat / state

ବ୍ଲାକ ପଲସର ଆତଙ୍କ, ବନ୍ଧୁକ ଦେଖାଇ ଲୁଟିନେଲେ 3 ଲକ୍ଷ ଟଙ୍କା

author img

By

Published : May 25, 2020, 8:34 PM IST

Updated : May 26, 2020, 1:51 PM IST

କାମାକ୍ଷାନଗରରେ ଦୁର୍ବୃତ୍ତଙ୍କ ରାଜ । ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କୁ କଳା ପଲସର ଯୋଗେ ଦୁଇ ଦୁର୍ବୃତ୍ତ ଆସି ପିସ୍ତଲ ଦେଖାଇ ଲୁଟି ନେଲେ ୩ଲକ୍ଷ ଟଙ୍କା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବ୍ଲାକ ପଲସର ଆତଙ୍କ, ବନ୍ଧୁକ ଦେଖାଇ ଲୁଟିନେଲେ 3 ଲକ୍ଷ ଟଙ୍କା
ବ୍ଲାକ ପଲସର ଆତଙ୍କ, ବନ୍ଧୁକ ଦେଖାଇ ଲୁଟିନେଲେ 3 ଲକ୍ଷ ଟଙ୍କା

ଢେଙ୍କାନାଳ: କାମାକ୍ଷାନଗରରେ ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କୁ ପିସ୍ତଲ ଦେଖାଇ ଲୁଟିନେଲେ ୩ଲକ୍ଷ ଟଙ୍କା । କିଛିଦିନ ବ୍ୟବଧାନରେ କାମାକ୍ଷାନଗରରେ ପୁଣି କଳା ପଲସର ଲୁଟେରା ସକ୍ରିୟ ହୋଇପଡିଛନ୍ତି । ଏପରିକି କାମାକ୍ଷାନଗର ଥାନା ଟାଙ୍ଗରପଡା ଠାରେ ଏସବିଆଇ ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କ ଠାରୁ ଏହି କଳା ପଲସରରେ ଆସି ଲୁଟ କରିଛନ୍ତି ଦୁର୍ବୃତ୍ତ । ଦୁଇ ଦୁର୍ବୁତ୍ତ ତିନି ଲକ୍ଷ ଟଙ୍କା ଲୁଟିନେଇଥିବl ଜଣାପଡିଛି ।

ସୂଚନା ମୁତାବକ, ବାଲିଗୋରଡ଼ ଗ୍ରାମର ଏସବିଆଇ ଗ୍ରାହକ ସେବା କେନ୍ଦ୍ର ମାଲିକ ମନୋଜ କୁମାର ମହାନ୍ତି ନିଜ ଗ୍ରାମରୁ ଏକ ହିରୋହୋଣ୍ଡା ମୋଟର ସାଇକେଲ ଯୋଗେ ମଠକର ଗୋଳା ସ୍ଥିତ ନିଜ ଗ୍ରାହକ ସେବା କେନ୍ଦ୍ରକୁ ଯାଉଥିଲେ । ବାଟରେ ଟାଙ୍ଗରପଡା ନିକଟରେ କଳା ପଲସରରେ ଦୁଇ ଦୁର୍ବୁତ୍ତ ପିଛାକରି ତାଙ୍କ ଗାଡିକୁ ଅଟକାଇ ପିସ୍ତଲ ଦେଖାଇ ତାଙ୍କଠାରୁ ତିନିଲକ୍ଷ ଟଙ୍କା ଲୁଟନେଇ ଫେରାର ହୋଇଗଲେ ।

ଏନେଇ ତୁରନ୍ତ କାମାକ୍ଷାନଗର ଥାନାରେ ଅଭିଯୋଗ କଲେ ମନୋଜ କୁମାର । ସେପଟେ ପୋଲିସ ଅଭିଯୋଗ ପାଇବା ପରେ ତନାଘନା ଆରମ୍ଭ କରିଛି । ଏହି କୋରୋନା ମହାମାରୀ ସମୟରେ ପୁଣି ସକ୍ରିୟ ହୋଇଛନ୍ତି ଏହି କଳା ପଲସର ଚୋର । ପୋଲିସ ସେମାନଙ୍କୁ କେବେ କାବୁ କରିବ ସେନେଇ ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : May 26, 2020, 1:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.