ETV Bharat / state

ଢେଙ୍କାନାଳରେ ଉତ୍ତରପ୍ରଦେଶ ତାତି, ଯୁବ କଂଗ୍ରେସ ପକ୍ଷରୁ ନୀରବ ପ୍ରତିବାଦ

author img

By

Published : Oct 5, 2021, 7:30 PM IST

ଢେଙ୍କାନାଳରେ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାର ତାତି । ଏନେଇ ଯୁବ କଂଗ୍ରେସ ପକ୍ଷରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ନୀରବ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ଉତ୍ତରପ୍ରଦେଶ ତାତି, ଯୁବ କଂଗ୍ରେସ ପକ୍ଷରୁ ନୀରବ ପ୍ରତିବାଦ
ଢେଙ୍କାନାଳରେ ଉତ୍ତରପ୍ରଦେଶ ତାତି, ଯୁବ କଂଗ୍ରେସ ପକ୍ଷରୁ ନୀରବ ପ୍ରତିବାଦ

ଢେଙ୍କାନାଳ: ଉତ୍ତରପ୍ରଦେଶର ଚାଷୀ ହତ୍ୟା ଅଭିଯୋଗରେ ଜଳୁଥିବା ନିଆଁର ତାତି ଢେଙ୍କାନାଳରେ ଅନୁଭୂତ ହୋଇଛି । ଏହି ଘଟଣାକୁ ତୀଵ୍ର ନିନ୍ଦା କରିଛି କଂଗ୍ରେସ । ଘଟଣାରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଆଜି(ମଙ୍ଗଳବାର) ଢେଙ୍କାନାଳରେ ଯୁବ କଂଗ୍ରେସ ପକ୍ଷରୁ ନୀରବ ପ୍ରତିବାଦ କରାଯାଇଛି ।

ଢେଙ୍କାନାଳ ସହରର ବସଷ୍ଟାଣ୍ଡସ୍ଥିତ ଗାନ୍ଧୀ ପାର୍କଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଦେଖିବାକୁ ମିଳିଛି ଏହି ପ୍ରତିବାଦ । ଯୁବ କଂଗ୍ରେସ କର୍ମୀମାନେ ସମ୍ମିଳିତ ନୀରବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ରାଜ୍ୟ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ଃ ସୃତି ରଂଜନ ଲେଙ୍କା ଯୋଗ ଦେଇ ଏହି କୃଷକ ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାରଙ୍କୁ ତୀଵ୍ର ଭର୍ତ୍ସନା କରିଥିଲେ । ଆଗାମୀ ସମୟରେ ରାଜ୍ୟବ୍ୟାପୀ କଂଗ୍ରେସ ଭୟଙ୍କର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ପ୍ରଦେଶ ଯୁବ କଂଗ୍ରେସର ସଭାପତି ।

ସୂଚନା ଥାଉ କି ଗତ ରବିବାର ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଠାରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଥିଲେ କୃଷକ । ଏହି ସମୟରେ ସେମାନଙ୍କ ଉପରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଗାଡ଼ି ଚଢ଼ାଇ ଦେଇ ୬ ଜଣ କୃଷକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଅନ୍ୟ ୧୦ ଜଣ କୃଷକ ଆହତ ମଧ୍ୟ ହୋଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.