ETV Bharat / state

ଅଜଣା ଗାଡି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ - ସଡକ ଦୁର୍ଘଟଣା ନ୍ୟୁଜ

ପରଜଙ୍ଗ ୧୪୯ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି । ତାଙ୍କ ପରିବାର ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଫଳରେ ଉଭୟ ପାର୍ଶ୍ବରେ ଶହଶହ ଗାଡି ଅଟକି ରହିଥିଲା ।

ଅଜଣା ଗାଡି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

author img

By

Published : May 24, 2020, 8:25 PM IST

ଢେଙ୍କାନାଳ: ଜିଲ୍ଲା ପରଜଙ୍ଗ ୧୪୯ନଂ ଜାତୀୟ ରାଜପଥରେ ଘଟିଛି ସଡକ ଦୁର୍ଘଟଣା । ଘାଗରାମୁଣ୍ଡା ଛକ ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପରଜଙ୍ଗ ଥାନା କଟୁମୁଣ୍ଡା ଗ୍ରାମର ମାୟାଧର ନାୟକ ।

ଅଜଣା ଗାଡି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ମାୟାଧର ଗତକାଲି ସନ୍ଧ୍ୟା ଠାରୁ ଘରୁ ଆସି ଆଉ ଫେରି ନଥିଲେ । ରବିବାର ତାଙ୍କ କ୍ଷତବିକ୍ଷତ ମୃତ ଦେହ ଜାତୀୟ ରାଜପଥ ୧୪୯ନଂ ଛକ ନିକଟରେ ପଡିଥିଲା । ତାଙ୍କ ପରିବାର ଲୋକମାନେ ଆସି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଫଳରେ ଉଭୟ ପାର୍ଶ୍ବରେ ଶହଶହ ଗାଡି ଅଟକି ରହିଥିଲା ।

ଖବରପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ତେବେ କ୍ଷତିପୂରଣ ଦେବାର ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇିଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.