ETV Bharat / state

କାରାଗାରରେ ଆଖି ବୁଜିଲେ ବିଚାରଧୀନ କଏଦୀ - prisoner died in custody

ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ୪୮ ବର୍ଷୀୟ ବ୍ରହ୍ମା ଦେହୁରୀ ବୋଲି ଜଣାପଡିଛି ।

କାରାଗାରରେ  ବିଚାରଧୀନ କଏଦୀ ମୃତ
କାରାଗାରରେ ବିଚାରଧୀନ କଏଦୀ ମୃତ
author img

By

Published : Dec 30, 2020, 11:22 AM IST

Updated : Dec 30, 2020, 11:37 AM IST

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ୪୮ ବର୍ଷୀୟ ବ୍ରହ୍ମା ଦେହୁରୀ ବୋଲି ଜଣାପଡିଛି । ସେ ଜଣେ ହତ୍ୟା ଅଭିଯୁକ୍ତ ହୋଇଥିବାବେଳେ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ।

କାରାଗାରରେ ବିଚାରଧୀନ କଏଦୀ ମୃତ

ଗତକାଲି(ମଙ୍ଗଳବାର) ସକାଳ ପ୍ରାୟ ସାଢ଼େ ୧୦ ଟାରେ ପେଟରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଜିଲ୍ଲା କାରାଗାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେ ସୁସ୍ଥ ହୋଇଥିଲେ । ପରେ ପୁଣି ଅସୁସ୍ଥ ହେବାରୁ ଗତ ରାତିରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ମୃତ ବ୍ରହ୍ମା ଦେହୁରୀ ଗତ ୨୦୧୩ ମସିହା ଜୁଲାଇ ୭ ତାରିଖରେ ଜମିବାଡି ବିବାଦକୁ ନେଇ ତାଙ୍କ ଗ୍ରାମର ଅଭିନ ଦେହୁରୀ ଓ ମଞ୍ଜୁ ଦେହୁରୀ ନାମକ ଭିନ୍ନକ୍ଷମ ଦମ୍ପତିଙ୍କୁ ପିଟି ପିଟି ହତ୍ୟା କରିବାପରେ ଫେରାର ହୋଇଯାଇଥିଲା । ପରେ ସଦର ଥାନା ପୋଲିସ ତାକୁ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଗତ ୨୦୧୩ ମସିହା ଅଗଷ୍ଟ୧୦ ତାରିଖରୁ ଢେଙ୍କାନାଳ ମୁଖ୍ୟ କାରାଗାରରେ ବିଚାରଧୀନ କଏଦୀ ଭାବେ ଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ମୃତଦେହକୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବାବେଳେ ଟାଉନ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Dec 30, 2020, 11:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.