ETV Bharat / state

ମଝିରାସ୍ତାରେ ଝୁଲିଛି ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

author img

By

Published : Oct 1, 2021, 6:30 PM IST

ଢେଙ୍କାନାଳ ୫୫ ନଂ ଜାତୀୟ ରାଜପଥ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ରାସ୍ତାତଳକୁ ଖସିଲା ଯାତ୍ରୀବାହୀ ବସ, ୪୦ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଢେଙ୍କାନାଳ: ୫୫ ନଂ ଜାତୀୟ ରାଜପଥର ଢେଙ୍କାନାଳ ସିମିନଇ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବରେ ବସଟି ଖସି ପଡିଥିଲା । ସୌଭାଗ୍ୟବଶତଃ ବସରେ ଥିବା ୪୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ପଞ୍ଚଜନ୍ୟ ନାମକ ବସଟି ଅନୁଗୋଳରୁ ଢେଙ୍କାନାଳ ଆଡକୁ ଆସୁଥିଲା । ତେବେ ୫୫ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବକୁ ଖସି ପଡ଼ିଥିଲା । ବସଟି ରାସ୍ତା ପାର୍ଶ୍ବରେ ଢଳେଇ ହୋଇ ରହିଥିବା ବେଳେ ଯାତ୍ରୀମାନେ ଫସି ରହିଥିଲେ ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବସରୁ ଉଦ୍ଧାର କରାଯାଇଥିଲା । ଫଳରେ ବସରେ ଥିବା ସମସ୍ତ ୪୦ଜଣ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି । ପରେ କ୍ରେନ ମାଧ୍ୟମରେ ବସଟିକୁ ରାସ୍ତାକୁ ସିଧା କରାଯାଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.