ETV Bharat / state

ଢେଙ୍କାନାଳ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ତଦାରଖ କଲେ OSRTC ସିଏମଡି

author img

By

Published : Nov 17, 2022, 11:11 AM IST

ଓଏସଆରଟିସି ପକ୍ଷରୁ ଷ୍ଟେଟ ପୋଲିସ ହାଉସିଂ କର୍ପୋରେରେସନ ମାଧ୍ୟମରେ ଢେଙ୍କାନାଳ ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ଚାଲୁ ରହିଛି । ବୁଧବାର OSRTC ସିଏମଡି ଦିପ୍ତେଶ ପଟ୍ଟନାୟକ ଓ ଓଏସଆରଟିସିର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଢେଙ୍କାନାଳ ଗସ୍ତ କରି ବସଷ୍ଟାଣ୍ଡ କାର୍ଯ୍ୟକୁ ବୁଲି ତଦାରଖ କରିଛନ୍ତି । ଅଧିକ ପଢନ୍ତୁ

ଢେଙ୍କାନାଳ ନୂତନ ବସଷ୍ଟାଣ୍ଡ
ଢେଙ୍କାନାଳ ନୂତନ ବସଷ୍ଟାଣ୍ଡ

ଢେଙ୍କାନାଳ: ସହରର କ୍ରମଶଃ ଲୋକ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଗାଡ଼ି ଚଳାଚଳ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ସମସ୍ୟାକୁ ସୁଧାରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିବା ଜିଲ୍ଲା ସଦର ମହକୁମା ସ୍ଥିତ ବସ ଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଓଏସଆରଟିସି ପକ୍ଷରୁ ଷ୍ଟେଟ ପୋଲିସ ହାଉସିଂ କର୍ପୋରେରେସନ ମାଧ୍ୟମରେ ଢେଙ୍କାନାଳ ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ଚାଲୁ ରହିଛି । ବୁଧବାର ଷ୍ଟେଟ ପୋଲିସ ହାଉସିଂ କର୍ପୋରେରେସନର ସିଏମଡି ଦିପ୍ତେଶ ପଟ୍ଟନାୟକ ଓ ଓଏସଆରଟିସିର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଢେଙ୍କାନାଳ ଗସ୍ତ କରି ବସଷ୍ଟାଣ୍ଡ କାର୍ଯ୍ୟକୁ ବୁଲି ତଦାରଖ କରିଛନ୍ତି ।

ଢେଙ୍କାନାଳ ନୂତନ ବସଷ୍ଟାଣ୍ଡ

ଏହା ମଧ୍ୟ ପଢନ୍ତୁ: ରାଜ୍ୟସ୍ତରୀୟ ଶିଶୁ ଦିବସ ଉଦଯାପନୀ ସମାରୋହ, ୧୦୦ କୋଟିର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତେବେ ଏହି ବସଷ୍ଟାଣ୍ଡ ନବୀକରଣ ପ୍ରକଳ୍ପରେ ପ୍ରସ୍ତାବିତ ମାର୍କେଟ କପ୍ଲେକ୍ସ ପାଇଁ ଭୁଲ ସ୍ଥାନ ନିରୂପଣ ନେଇ ସ୍ଥାନୀୟ ଦୋକାନୀ ମାନଙ୍କ ସହ ପୌର କାଉନସିଲର ଓ ଉପନଗରପାଳ ଆଲୋଚନା କରିବା ସହ ଓଏସପିଏଚସିର ସିଏମଡିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲେ ଦୀର୍ଘ ବର୍ଷ ଧରି ବସଷ୍ଟାଣ୍ଡରେ ଦୋକାନ କରି ନିଜର ପରିବାର ପୋଷଣ କରୁଥିବା ଦୋକାନୀ ମାନଙ୍କ ବ୍ୟବସାୟରେ ବାଧାପ୍ରାପ୍ତ ହେବ ବୋଲି ଦୋକାନୀମାନେ ପ୍ରକାଶ କରିଛନ୍ତି । ସେପଟେ ଜନସାଧାରଣଙ୍କ ସ୍ୱାର୍ଥ ଓ ଦୋକାନୀ ମାନଙ୍କ ବ୍ୟବସାୟ ପାଇଁ ଏହି ମାର୍କେଟ କପ୍ଲେକ୍ସ ନିର୍ମାଣ ଯୋଜନା ରହିଛି । ତେବେ ପ୍ରକଳ୍ପର କିଛି କାର୍ଯ୍ୟ ଜନସଧାରଣଙ୍କର ସେପରି କିଛି ସମସ୍ୟା ଆସିଲେ ସେ ବିଷୟ ଚିନ୍ତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଓଏସଆରଟିସିର ମହାପ୍ରବନ୍ଧକ ।

ଏନେଇ OSRTCର ଜିିଏମ କହିଛନ୍ତି,"ନୂଆ ବସଷ୍ଟାଣ୍ଡ ପାଇଁ କାମ ଚାଲୁଛି । ସେହି କାମର ତଦାରଖ କରିବା ପାଇଁ ଆମେ ଆସିଥିଲୁ । ତେବେ ଏହାକୁ ନେଇ ଦୋକାନୀମାନେ କିଛି ଅଭିଯୋଗ କରିଛନ୍ତି । ମାର୍କେଟ କମ୍ପ୍ଲେସ ହେଲେ ସେମାନଙ୍କର କ୍ଷତି ହେବ ବୋଲି ସେମାନେ କହିଛନ୍ତି । ଆମେ ସେ ଉପରେ ଧ୍ୟାନ ଦେବୁ । କାହାର କିଛି ଅସୁବିଧା ନହୋଇ ଯେପରି କାମ ହୋଇପାରିବ ଆମେ ସେପରି କରିବୁ । ସମସ୍ତେ ଜାଣି ରଖିବା ଉଚିତ ଯେ ଯାହାବି କାମ ହେଉଛି ଜନସାଧାରଣଙ୍କ ପାଇଁ ହେଉଛି ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.