ETV Bharat / state

MCL କର୍ମଚାରୀଙ୍କ ଉପରେ ଚଢିଗଲା ଟ୍ରକ, ଖଣ୍ଡ ବିଖଣ୍ତିତ ହୋଇଗଲା ମୃତଦେହ - ସଡକ ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ହାତୀଲୁଚାଣି ଏନଏଚ-୫୩ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ବାଇକ ଉପରେ ଚଢ଼ିଗଲା ଟ୍ରକ
ବାଇକ ଉପରେ ଚଢ଼ିଗଲା ଟ୍ରକ
author img

By

Published : Jul 21, 2021, 1:37 PM IST

ଢେଙ୍କାନାଳ: ବାଇକ ଉପରେ ଚଢିଗଲା ଟ୍ରକ । ଆଖି ପିଛୁଳାକେ ଚାଲିଗଲା ଜୀବନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ହାତୀଲୁଚାଣି ଏନଏଚ-୫୩ ଛକ ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ମୃତକ ଜଣକ ହେଲେ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଆର୍ତ୍ତବନ୍ଧୁ ବିଶ୍ବାଳ ।

ବାଇକ ଉପରେ ଚଢ଼ିଗଲା ଟ୍ରକ

ସୂଚନାଅନୁସାରେ, ଆର୍ତ୍ତବନ୍ଧୁ ଜଣେ MCL କର୍ମଚାରୀ । ସବୁଦିନ ଭଳି ଆଜି ସେ ସକାଳୁ ବାଇକ ଯୋଗେ ତାଳଚେର MCLକୁ ଡ୍ୟୁଟିକୁ ଯାଉଥିଲେ । ପରଜଙ୍ଗ ଥାନା ଅନ୍ତର୍ଗତ NH ୫୩ ହାତିଲୁଚାଣି ଛକ ନିକଟରେ ପଛପଟୁ ତାଙ୍କ ବାଇକ ଉପରେ ଏକ ଟ୍ରକ ଚଢିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଆର୍ତବନ୍ଧୁଙ୍କ ମୃତଦେହ ଖଣ୍ଡ ବିଖଣ୍ତିତ ହୋଇଯାଇଛି ।

ଟ୍ରକଟି ଯାଜପୁର କାଳିଆପାଣିରୁ ଆଇରନ ଲୋଡ କରି ସମ୍ବଲପୁର ଯାଉଥିଲ। ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଟ୍ରକଟିକୁ ଅଟକ ରଖିବା ସହ ଚାଳକକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି । ଆର୍ତବନ୍ଧୁ ମୃ୍ତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.