ଢେଙ୍କାନାଳ: ଗାଈ ଖୋଜିବାକୁ ଯାଇ ଚାଲିଗଲା ପ୍ରାଣ । ଗାଈ ଖୋଜିବା ସମୟରେ ହାତୀ କଚାଡି ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଦିନକ ପରେ ମୃତଦେହକୁ ଜଙ୍ଗଲ ଭିତରୁ ଠାବ କରିଛନ୍ତି ଗ୍ରାମବାସୀ ।
ଢେଙ୍କାନାଳ ଜିଲ୍ଲା ଷଢଙ୍ଗୀ ବନାଞ୍ଚଳ ଅନ୍ତର୍ଗତ କରମୂଳ ଜଙ୍ଗଲରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ହେଲେ କରମୂଳ ଗ୍ରାମର ରାଜେନ୍ଦ୍ର ମଲ୍ଲିକ । ତେବେ ମଙ୍ଗଳବାର ଅପରାହ୍ନରେ ରାଜେନ୍ଦ୍ର ଗାଈ ଖୋଜିବାକୁ କରମୂଳ ପାଖ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ ।
ଅନ୍ୟପଟେ ଆଜି(ବୁଧବାର) ତାଙ୍କ ପରିବାର ଓ ଗ୍ରାମବାସୀ ପାଖ ଜଙ୍ଗଲକୁ ଯାଇ ଖୋଜିଥିଲେ । ତେବେ ତାଙ୍କର ମୃତଦେହକୁ ଜଙ୍ଗଲ ଭିତରେ ଠାବ କରାଯାଇଥିଲା । ପାଖରେ ହାତୀ ପାଦଚିହ୍ନ ସାଗକୁ ପାଖରେ ହାତୀ ଥିବାରୁ ହାତୀ ରାଜେନ୍ଦ୍ରକୁ କଚାଡି ମାରି ଦେଇଥିବା ଜଣାପଡିଛି । ଖବର ପାଇ ଷଢଙ୍ଗୀ ବନାଞ୍ଚଳ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଠାଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ