ETV Bharat / state

ଜମି ହଡପ ଘଟଣାରେ ଦଲାଲ ଫେରାର, ଜଣେ ଗିରଫ - ଜମି ହଡପ ଘଟଣାରେ ଦଲାଲ ଫେରାର

ପଦ୍ମନାଭପୁର ଗ୍ରାମରେ ନକଲି କାଗଜପତ୍ରରେ ଜମି ବିକ୍ରି ଅଭିଯୋଗ । ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

accused arrested land scam in dhenkana
accused arrested land scam in dhenkana
author img

By

Published : Mar 4, 2023, 10:21 PM IST

accused arrested land scam in dhenkana

ଢେଙ୍କାନାଳ: ସଦର ତହସିଲ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ ନକଲି କାଗଜପତ୍ର ପ୍ରସ୍ତୁତ କରି ଜମି ବିକ୍ରି କରିଦେଇଥିବା ଘଟଣା। ଏନେଇ ତାଆଉଁ ଥାନାରେ ଅଭିଯୋଗ କଲେ ଢେଙ୍କାନାଳ ସବରେଜିଷ୍ଟ୍ରର ଗୁରୁଚରଣ ମଲ୍ଲ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ନକଲି କାଗଜପତ୍ର ପ୍ରସ୍ତୁତ କରି ଏହି ଜମି ବିକ୍ରି କରିଥିବା ରାକେଟରେ ସମ୍ପୃକ୍ତ ଥିବା ଜଣେ ଦଲିଲ ଲେଖକକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଶାନ୍ତନୁ ସାହୁ । ଢେଙ୍କାନାଳ ସହରର ଭାଗିରଥି ବିହାର ଘରୁ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ତାଠାରୁ ଅନେକ ନକଲି କାଗଜ ପତ୍ର ଓ ସାମଗ୍ରୀ ଜବତ କରିଛି ପୋଲିସ । ସେପଟେ ଏହି ମାମଲାର ନକଲି ଜମି ମାଲିକ ସାଜିଥିବା ଯୁବକ ଓ ଦଲାଲ ଫେରାର ହୋଇଯାଛନ୍ତି । ଏ ସମ୍ପର୍କରେ ଟାଉନ ପୋଲିସ ତନା ଘନା ଆରମ୍ଭ କରିଛି।

ସୂଚନା ଥାଉକି, ତାଳଚେର କଲମଛୁଇଁ ଗ୍ରାମର ପ୍ରତାପ ଚନ୍ଦ୍ର ମହାପାତ୍ର ନାମକ ଜଣେ ଅବସର ପ୍ରାପ୍ତ ନାଲକୋ କର୍ମଚାରୀ ଏହି ଦଲାଲ ଜମି ହଡପ ରାକେଟର ଶିକାର ହୋଇଥିଲେ । ତାଙ୍କର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ମୌଜାର ପ୍ଲଟ ନଂ. ୪ ଖାତା ନଂ.୧୫୦୦ର ୯୫ଡିସମିଲ ଜାଗାକୁ ହଡପ କରିନେଇଛନ୍ତି ଦଲାଲ। ଏହି ଜମିର ଅସଲ ମାଲିକ ପ୍ରତାପ ଚନ୍ଦ୍ର ଅନଲାଇନରେ ଯାଞ୍ଚ କରିବାରୁ ତାଙ୍କ ଜାଗା ପ୍ରତାପ କୁମାର ମହାପାତ୍ର ନାମରେ ଅନ୍ୟ ଜଣଙ୍କୁ ବିକ୍ରି ହୋଇଥିବା ସେ ଜାଣିବାକୁ ପାଇଥିଲେ । ଫଳରେ ସେ ଢେଙ୍କାନାଳ ସବ ରେଜିଷ୍ଟର କାର୍ଯ୍ୟାଳୟ ଓ ସଦର ଥାନାରେ ଲିଖିତ ଅଭିଯୋଗ କରି ତାଙ୍କ ଜମି ଫେରସ୍ତ ସାଙ୍ଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଏହି ଘଟଣାରେ ପୂର୍ବରୁ ଜମି ହଡପ ମାମଲାରେ ଗିରଫ ହୋଇଥିବା ଦୁଇ ଜମି ଦଲାଲ ଅପସର ଖାଁ ଓ ପବିତ୍ର ମହାପାତ୍ର ସାମିଲ ଥିବା ବେଳେ ଖୋଦ ସବ ରେଜିଷ୍ଟାର କାର୍ଯ୍ୟାଳୟର ଶାନ୍ତନୁ ସାହୁ ନାମକ ଦଲିଲ ଲେଖକ ସାମିଲ ଥିବା ଅଭିଯୋଗ କରିଥିଲେ। ଅସଲି ଜମି ମାଲିକ ପ୍ରତାପ ଚନ୍ଦ୍ର ମହାପତ୍ର ହୋଇଥିବା ବେଳେ ପ୍ରତାପ କୁମାର ମହାପାତ୍ର ନାମରେ ଜଣେ ଯୁବକ ନକଲି ଆଧାର ଓ ନକଲି ଜମି ପଟା ଆଦି ପ୍ରସ୍ତୁତ କରି ଏହି ଜମିକୁ କରିଥିବା ଜଣାପଡ଼ିଛି। ଗତ ୧୩ ଜୁଲାଇ ୨୦୨୧ ତାରିଖରେ ଭାପୁରର ଠାପଦା ଅଞ୍ଚଳର ଅନ୍ତର୍ଯ୍ୟାମୀ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଜମି ବିକ୍ରି କରିଥିବା ଜଣାପଡ଼ିଛି । ଅଭିଯୋଗ ପରେ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏପଟେ ସବ ରେଜିଷ୍ଟ୍ରଙ୍କ ପକ୍ଷରୁ ଟାଉନ ତନରେ ଅଭିଯୋଗ ପରେ ଟାଉନ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.