ETV Bharat / state

ଜୁଆ ଖେଳ ବିବାଦରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

author img

By

Published : Feb 6, 2020, 8:56 PM IST

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳର ଓଝା ବଗିଚାରୁ ମିଳିଥିବା ଏକ ମୃତଦେହକୁ ନେଇ ତଦନ୍ତରୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଅଧିକ ପଢନ୍ତୁ...

murder for gambling in dhenkanal, dhenkanal latest news, ଢେଙ୍କାନାଳରେ ହତ୍ୟାକାଣ୍ଡ, ଜୁଆ ପାଇଁ ଢେଙ୍କାନାଳରେ ହତ୍ୟା
ଜୁଆ ଖେଳ ବିବାଦରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

ଢେଙ୍କାନାଳ: ଜୁଆ ଖେଳକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ଜିଲ୍ଲାର ଭୁବନ ଥାନା ଅଞ୍ଚଳର ଓଝା ବଗିଚାରୁ ମିଳିଥିବା ଏକ ମୃତଦେହକୁ ନେଇ ତଦନ୍ତରୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଏପରିକି ଏହି ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ଏହା ସ୍ବୀକାର କରିଥିବା ଜଣାପଡିଛି।

ଜୁଆ ଖେଳ ବିବାଦରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ ଗତ ଜାନୁଆରୀ 30 ତାରିଖରେ ଭୁବନ ଥାନା ଅନ୍ତର୍ଗତ କୁଣ୍ଡା ଗ୍ରାମର ଓଝା ବଗିଚାରୁ ମହୁଲପାଳ ଗ୍ରାମର ନିଖୋଜ ବିଜୟ ଓଝାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପ୍ରଥମରୁ ସନ୍ଦେହ କରାଯାଇଥିଲା । ଭୁବନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ହତ୍ୟାକାଣ୍ଡର ଅଭିଯୁକ୍ତ ଭୁବନ ଥାନା ମହୁଲପାଳ ଗ୍ରାମର ରଞ୍ଜନ ସାହୁକୁ ପୋଲିସ ଗୁରୁବାର ଗିରଫ କରିଛି।

ଜାନୁଆରୀ ମାସ 26 ତାରିଖରେ ସକାଳ 9ଟା ସମୟରୁ ଘରୁ ବାହାରି ସନ୍ଧ୍ୟାରେ ମଦ ପିଇ ଫେରୁଥିବା ସମୟରେ ଦୁହିଁଙ୍କ ମଧ୍ୟରେ ଜୁଆ ଖେଳିବା ପାଇଁ ଟଙ୍କାକୁ ନେଇ ବଚସା ହୋଇଥିଲା । ଏଥିରେ ରଞ୍ଜନ ରାଗି ଯାଇ ବିଜୟ ଓଝାକୁ ତାର ଗାମୁଛା ସାହାଯ୍ୟରେ ତଣ୍ଟି ଚିପି ପଥରରେ ଛେଚି ହତ୍ୟା କରିଥିଲା । ପରେ ହତ୍ୟାକାଣ୍ଡକୁ ଲୁଚାଇବାକୁ ଓଝା ବଗିଚାରେ ମୃତଦେହକୁ ଫୋପାଡି ଦେଇଥିବା ବୟାନ ଦେଇଛି ଅଭିଯୁକ୍ତ ରଞ୍ଜନ ।

ଏହି ଘଟଣାରେ ଭୁବନ ପୋଲିସ ରଞ୍ଜନକୁ ଗିରଫ କରି ଗୁରୁବାର ଘଟଣାସ୍ଥଳକୁ ନେଇ କିପରି ହତ୍ୟା କରିଥିଲା ତାର ସତ୍ୟାସତ୍ୟ ଜାଣିଥିଲା । ଏହାପରେ ଅଭିଯୁକ୍ତ ରଞ୍ଜନକୁ କୋର୍ଟକୁ ଚାଲାଣ କରିଛି ଭୁବନ ପୋଲିସ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଙ୍କର- ଜୁଆ ଖେଳକୁ ନେଇ ଘଟିଛି ହତ୍ୟାକାଣ୍ଡ। ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳର ଓଝା ବଗିଚାରୁ ମିଳିଥିବା ଏକ ମୃତକୁ ନେଇ ତଦନ୍ତରୁ ଏହି ହତ୍ୟାକାଣ୍ଡର ପର୍ଦାଫାସ ହୋଇଛି । ଏପରିକି ଏହି ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ଏହା ସ୍ବିକାର କରିଥିବା ଜଣାପଡିଛି।

Body:ଗତ ଜାନୁଆରୀ ୩୦ ତାରିଖରେ  ଭୁବନ ଥାନା ଅନ୍ତର୍ଗତ କୁଣ୍ଡା ଗ୍ରାମ ଓଝା ବଗିଚାରୁ ମହୁଲପାଳ ଗ୍ରାମର ନିଖୋଜ ବିଜୟ ଓଝାଙ୍କ  ମୃତ ଦେହକୁ ଠାବ କରାଯାଇଥିଲା। ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପ୍ରଥମରୁ ସନ୍ଦେହ ହୋଇଥିଲା । ଭୁବନ ପୁଲିସ ଘଟଣାର ତଦନ୍ତ କରୁଥିଲା। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଭାବେ ଭୁବନ ଥାନା ମହୁଲପାଳ ଗ୍ରାମର ରଞ୍ଜନ ସାହୁକୁ ପୁଲିସ ଆଜି ଗିଳଫ କରିଛି।  ରଂଜନ ନିଜେ ହତ୍ୟାକରିଥିବା ସ୍ବୀକାର କରିଛି ।  ଜାନୁଆରୀ ମାସ ୨୬ ତାରିଖରେ ସକାଳ ୯ ଟା ସମୟରୁ ଘରୁ ବାହାରି ସନ୍ଧ୍ୟାରେ ମଦ ପିଇ ଫେରୁଥିବା ସମୟରେ ଦୁହିଁଙ୍କ ମଧ୍ୟରେ ଜୁଆ ଖେଳିବା ପାଇଁ ଟଙ୍କାକୁ ନେଇ ବଚସା ହୋଇଥିଲା । ଏଥିରେ ରଞ୍ଜନ ସାହୁ ରାଗିଯାଇ ବିଜୟ ଓଝାକୁ ତାର ଗାମୁଛା ସାହାଯ୍ୟରେ ତଣ୍ଟି ଚିପି ପଥରରେ ଛେଚି  ହତ୍ୟାକରିଥିଲା । ପରେ ହତ୍ୟାକାଣ୍ଡକୁ ଲୁଚାଇବାକୁ ସେ ଓଝା ବଗିଚାରେ ମୃତଦେହକୁ ଫୋପାଡି ଦେଇଥିବା ରଂଜନ ବୟାନ ଦେଇଛି ।  ଏହି ଘଟଣାରେ ଭୁବନ ପୋଲିସ  ରଞ୍ଜନକୁ ଗିରଫ କରି ଆଜି ଘଟଣାସ୍ଥଳକୁ ନେଇ କିପରି ହତ୍ୟାକରିଥିଲା ତାର ସତ୍ୟାସତ୍ୟ ଜାଣିଥିଲା ।

Conclusion:ପରେ ଅଭିଯୁକ୍ତ ରଂଜନକୁ ହତ୍ୟାମାମଲାରେ କୋର୍ଟକୁ ଚାଲାଣ କରିଛି ଭୁବନ ପୁଲିସ ।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.