ETV Bharat / state

ସିସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ କରି ଫସିଲେ ରାଜସ୍ବ ନିରୀକ୍ଷକ

author img

By

Published : Apr 21, 2023, 2:19 PM IST

ସିସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ କରି ଫସିଲେ ରାଜସ୍ବ ନିରୀକ୍ଷକ । ଥାନାରେ ଅଟକ କାମାକ୍ଷାନଗର ରାଜସ୍ବ ନିରୀକ୍ଷକ ବିଶ୍ୱନାଥ ପ୍ରଧାନ ।

Kamakhyanagar Revenue Inspector detained

ଢେଙ୍କାନାଳ: ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଜାଲ ସାର୍ଟିଫିକେଟ ଘଟଣା । ଜାଲ ସାର୍ଟିଫିକେଟରେ ଚାକିରି କରି ଧରାପଡୁଛନ୍ତି ଜଣଙ୍କ ପରେ ଜଣେ ସରକାରୀ କର୍ମଚାରୀ । ସିସିଆରରେ ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲ କରି ଫସିଲେ କାମାକ୍ଷାନଗର ରାଜସ୍ବ ନିରୀକ୍ଷକ ବିଶ୍ୱନାଥ ପ୍ରଧାନ । ଖୋଦ ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲ କରିଦେଇ ନିଜର ସିସିଆର ପ୍ରସ୍ତୁତ କରିଥିବା ନେଇ ଢେଙ୍କାନାଳର ତତ୍କାଳୀନ ଜିଲ୍ଲାପାଳଙ୍କ ପକ୍ଷରୁ ଥାନାରେ ମାମଲା ଦାୟର ହୋଇଥିଲା । ଏହାପରେ ବିଶ୍ୱନାଥଙ୍କୁ ଢେଙ୍କାନାଳ ଟାଉନ ଥାନା ପୋଲିସ ଥାନାକୁ ଆଣି ଅଟକ ରଖି ପଚରା ଉଚରା ଜାରି ରଖିଛି ।

ସୂଚନା ମୁତାବକ, ବିଶ୍ୱନାଥ ପ୍ରଧାନ ଗତ ୨୦୧୪-୧୫, ୨୦୧୫-୧୬ ଓ ୧୦୧୬-୧୭ ଏପରି ୩ବର୍ଷର ନିଜ ସିସିଆରରେ ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲ କରିଛନ୍ତି । ସେ ଗଁନ୍ଦିଆ ଓ ଭୁବନ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ନିଜର ୩ବର୍ଷର ସିସିଆରରେ ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲ କରିଥିଲେ ବୋଲି ଗତ ୨୦୧୮ମସିହାରେ ଜଣାପଡିଥିଲା । ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ରୂପା ରୋଶନ ସାହୁଙ୍କ ଦସ୍ତଖତକୁ ଜାଲ କରିଥିଲେ ବିଶ୍ୱନାଥ ପ୍ରଧାନ । ଏନେଇ ଢେଙ୍କାନାଳର ପ୍ରାକ୍ତନ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଆରଆଇ ବିଶ୍ୱନାଥ ପ୍ରଧାନଙ୍କ ସିସିଆର ପୁନଃ ପ୍ରସ୍ତୁତ ବେଳେ ସନ୍ଦେହ କରି ପୂର୍ବତନ ଜିଲ୍ଲାପାଳ ରୂପା ରୋଶନ ସାହୁଙ୍କୁ ଯୋଗାଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ମହାନଦୀ ଜଳ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ: ଲେଖାଶ୍ରୀ

ଏହାପରେ ସତ ସାମ୍ନାକୁ ଆସିଥିଲା । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ପକ୍ଷରୁ ଢେଙ୍କାନାଳ ଟାଉନ ଥାନାରେ ମାମଲା ଦାୟର କରାଯାଇଥିଲା । ଫଳରେ ରାଜସ୍ୱ ନିରୀକ୍ଷକ ବିଶ୍ୱନାଥ ପ୍ରଧାନଙ୍କ ନାମରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିଲା । ତଦନ୍ତ ପରେ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲ କରିଥିବା ଜଣାପଡିବା ପରେ କାମାକ୍ଷାନଗର ରାଜସ୍ୱ ନିରୀକ୍ଷକ ବିଶ୍ୱନାଥଙ୍କୁ ଟାଉନ ଥାନା ପୋଲିସ କାବୁ କରିଛି । ବର୍ତ୍ତମାନ ତାଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ବାଜିଲା ଖବର ପହଞ୍ଚିଲା ପ୍ରଶାସନ, ବୃଦ୍ଧା ସୂର୍ଯ୍ୟଙ୍କୁ ମିଳିଲା ହ୍ବିଲଚେୟାର

ନିକଟରେ ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ଠାବ ହୋଇଥିଲା । ଯାହାର ଚେର ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମଧ୍ୟ ବ୍ୟାପିଛି । ବଲାଙ୍ଗୀରରେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ତଦନ୍ତ କରୁଥିବା ବେଳେ ଅନେକଙ୍କୁ ଗିରଫ ମଧ୍ୟ କରାଯାଇଛି । ଜାଲ ସାର୍ଟିଫିକେଟ ଦେଇ ଗ୍ରାମ୍ୟଡାକ ମାଷ୍ଟର ଭାବେ କଳାହାଣ୍ଡିର ରୁଦ୍ରମଣୀ ମିଶ୍ର ନିଯୁକ୍ତି ପାଇଁ ବିବେଚିତ ହୋଇଥିବା ବେଳେ ଜାଲିଆତି ଜଣା ପଡିବା ପରେ ସେ ଫେରାର ହୋଇଯାଇଛନ୍ତି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.