ETV Bharat / state

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା, ଚଳଚଞ୍ଚଳ ମହିମା ଗାଦି

author img

By

Published : Feb 4, 2023, 1:06 PM IST

Updated : Feb 4, 2023, 10:20 PM IST

ଆଜି ଠାରୁ ଆରମ୍ଭ ହୋଇଛି ଯୋରନ୍ଦା ମେଳା । ଚଳଚଞ୍ଚଳ ହୋଇ ଉଠିଛି ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଦି । ଅଧିକ ପଢନ୍ତୁ

ଆରମ୍ଭ ହେଲା ଯୋରନ୍ଦା ମେଳା
ଆରମ୍ଭ ହେଲା ଯୋରନ୍ଦା ମେଳା
ଆରମ୍ଭ ହେଲା ଯୋରନ୍ଦା ମେଳା

ଢେଙ୍କାନାଳ: ଶନିବାର ଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଚଳିତ ବର୍ଷ ବିନା କୋଭିଡ କଟକଣାରେ ଯୋରନ୍ଦା ମେଳା ଆରମ୍ଭ ହୋଇଛି । ଏନେଇ ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଛି ଢେଙ୍କାନାଳର ଯୋରନ୍ଦା ମହିମା ଗାଦି । ମେଳା ପାଇଁ ଦେଶର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାକୁମାନଙ୍କ ସୁଅ ଛୁଟିଛି । ୫ରୁ ୬ ଦିନ ଧରି ମହିମା ଗାଦୀରେ ଜାରି ରହିବ ଯୋରନ୍ଦା ମେଳା । ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

୧୫୦ ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମାହିମା ସାଧୁ: ମହିମା ଗାଦି ପୀଠରେ ଲାଗି ରହିଥିବା ବିବାଦର ଅସ୍ଥାୟୀ ସମାଧାନ ପରେ ଉଭୟ ସାଧୁ ଗୋଷ୍ଠୀ ଓ ଭକ୍ତଙ୍କ ଭିଡ ବଢ଼ିବାରେ ଲାଗିଛି । ମହିମା ଧର୍ମର ପରମ୍ପରା ମୁତାବକ ଆଜି ମାଘ ଶୁକ୍ଳ ଚତୁଦର୍ଶୀ ଠାରୁ ଏହି ମେଳା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩ ଦିନ ଧରି ପାଳନ କରିବେ ମହିମା ସାଧୁ ମାନେ । ମାତ୍ର ସ୍ଥାନୀୟ ଲୋକେ ୫ରୁ ୬ ଦିନ ଧରି ବେଶ ଧୁମ ଧାମରେ ପାଳିବେ ଏହି ମେଳା । ଚଳିତ ବର୍ଷ ୧୫୦ ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମାହିମା ସାଧୁ । ସାରା ବିଶ୍ୱର କଲ୍ୟାଣ ପାଇଁ ଗାଦି ମନ୍ଦିର ପରିସରରେ ଅଖଣ୍ଡ ଧୂନୀରେ ଘୃତାହୁତି କରୁଛନ୍ତି ମହିମା ସାଧୁ ।

ସନ୍ଧ୍ୟା ୫ଟା ୧୫ମିନିଟ ସମୟରେ ଲାଗିଲା ଝାଡ଼ ଦୀପ: ଶନିବାର ସନ୍ଧ୍ୟା ୫ ଘଣ୍ଟା ୧୫ ମିନିଟ ସମୟରେ ମୁଖ୍ୟ ଗାଦି ମନ୍ଦିର ଚାରିଦ୍ୱାରରେ ଝାଡ଼ ଦୀପ ଲାଗିଛି । ପିତଳ ନିର୍ମିତ ବିଶାଳକାୟ ଝାଡ଼ ଦୀପ ସବୁ ପ୍ରସ୍ତୁତ କରିଛନ୍ତି ବକଳଧାରୀ ସାଧୁ । ଏହା ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ କୌପନିଧାରୀ ସାଧୁ ଗୋଷ୍ଠୀଙ୍କ ସାଧନା ପୀଠକୁ ଉଚ୍ଛେଦ ଯୋଗୁଁ ମେଳାରେ ଅସହଯୋଗ ବିବାଦର ଆସ୍ଥାୟୀ ସମାଧାନ ପରେ କୌପନୀ ଗୋଷ୍ଠୀ ମନ୍ଦିରରେ ଅଖଣ୍ଡ ଦୀପ ଧୂନୀ ଜାଳୁଛନ୍ତି । ସେହିପରି ମନ୍ଦିର ନିକଟସ୍ଥ ଏକ ଅସ୍ଥାୟୀ ମଣ୍ଡପରେ ମହିମା ସାଧୁମାନେ ଭଜନ କୀର୍ତ୍ତନ କରୁଥିବା ପରିଲକ୍ଷିତ ହୋଇଛି । ମହିମା ପରମ୍ପରା ମୁତାବକ ଆଜି ପ୍ରଭୁ ପୂର୍ଣ୍ଣିମା ଓ ୫ ତାରିଖରେ ଗୁରୁପୂର୍ଣ୍ଣିମା ବା ଅଗ୍ନିଉତ୍ସବ ପାଳିବେ ମହିମା ସାଧୁ । ଫଳରେ ସମଗ୍ର ଦେଶବ୍ୟାପୀ ମହିମା ସାଧୁ, ସନ୍ୟାସୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ମହିମା ଗୋସାଇଁଙ୍କ ଏହି ସମାଧିସ୍ଥଳ ଗୁରୁଧାମ ମହିମା ଗାଦିକୁ ଆସିଛନ୍ତି ।

ସକାଳୁ ଆରମ୍ଭ ହୋଇଛି ନୀତିକାନ୍ତି, ପ୍ରସ୍ତୁତ ପ୍ରଶାସନ: ଶନିବାର ସକାଳ ସମୟରୁ ମହିମା ସାଧୁ ମାନେ ନୀତିକାନ୍ତି ଆରମ୍ଭ କରିଛନ୍ତି । ମୁଖ୍ୟ ଗାଦୀ ମନ୍ଦିରରେ ରୂପା କଳସରେ ଜଳ ଛିଞ୍ଚନ ଠାରୁ ମହିଳା ଆଲେଖଙ୍କ ଉଦ୍ଦେଶ୍ୟରେ ଅଗୁର କର୍ପୂର ସିଞ୍ଚନ କରି ସାରିବା ପରେ ଚାମର ବ୍ୟଞ୍ଜନ ଆଦି କରିଛନ୍ତି । ସେପଟେ ବିଗତ ଦୁଇ ବର୍ଷ ଧରି କୋଭିଡ ଯୋଗୁଁ କଟକଣା ପରେ ଚଳିତ ବର୍ଷ ମେଳାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅନ୍ୟ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଜନ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ କିସମର ଦୋକାନ, ମୀନା ବଜାର, ଫାଷ୍ଟଫୁଡ ଓ ଦୋଳି ଆଦି ବ୍ୟବସାୟର ପସରା ମେଲାଇଛନ୍ତି ବେପାରୀ । ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ଏହି ମେଳାରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Feb 4, 2023, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.