ETV Bharat / state

ପାରିବାରିକ କଳହରୁ ହତ୍ୟାକାଣ୍ଡ, ସ୍ବାମୀକୁ ପନିକିରେ ହାଣି ହତ୍ୟା କଲା ସ୍ତ୍ରୀ

author img

By

Published : Oct 8, 2020, 8:47 PM IST

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗ୍ରାମରେ ଅଘଟଣ । ସ୍ବାମୀକୁ ପନିକିରେ ଆକ୍ରମଣ କରି ହତ୍ୟା କଲା ସ୍ତ୍ରୀ । ଅଭିଯୁକ୍ତ ସ୍ତ୍ରୀ ଝରଣା ସାହୁକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ପାରିବାରିକ କଳହରୁ ହତ୍ୟାକାଣ୍ଡ, ସ୍ବାମୀକୁ ପନିକିରେ ହାଣି ହତ୍ୟା କଲା ସ୍ତ୍ରୀ
ପାରିବାରିକ କଳହରୁ ହତ୍ୟାକାଣ୍ଡ, ସ୍ବାମୀକୁ ପନିକିରେ ହାଣି ହତ୍ୟା କଲା ସ୍ତ୍ରୀ

ଢେଙ୍କାନାଳ: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀକୁ ପନିକିରେ ଆକ୍ରମଣ କରି ହତ୍ୟା କଲା ସ୍ତ୍ରୀ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗ୍ରାମରେ । ମୃତ ସ୍ବାମୀ ହେଲେ ଦୁଷ୍ମନ୍ତ ସାହୁ । ଅଭିଯୁକ୍ତ ସ୍ତ୍ରୀ ଝରଣା ସାହୁକୁ ଗିରଫ କରିଛି ପୋଲିସ ।

ସୂଚନାନୁସାରେ, ବୁଧବାର ରାତିରେ ପାରିବାରିକ କହଳକୁ ନେଇ ଦୁଷ୍ମନ୍ତ ଓ ଝରଣା ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣ କରି ଉଭୟ ହାତାହାତି ହୋଇଥିଲେ । ଘଟଣାରେ ଉତକ୍ଷିପ୍ତ ହୋଇ ଦୁଷ୍ମନ୍ତଙ୍କୁ ସ୍ତ୍ରୀ ଖୁଲଣା ଏକ ଧାରୁଆ ପନିକିରେ ଆକ୍ରମଣ କରିଥିଲେ । ଯେଉଁଥିରେ ଗୁରୁତର ହୋଇଥିଲେ ଦୁଷ୍ମନ୍ତ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଘଟଣାକୁ ନେଇ ମୃତ ଦୁଷ୍ମନ୍ତଙ୍କ ମା' ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହାସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.