ETV Bharat / state

ଜାମିନ ନାମଞ୍ଜୁର, ଜେଲ ଗଲେ ଲାଞ୍ଚୁଆ SDPO - ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକ

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକ । ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଧିକ ପଢନ୍ତୁ

ଜାମିନ ନାମଞ୍ଜୁର, ବିଚାର ବିଭାଗୀୟ ହାଜତରେ ଲାଞ୍ଚୁଆ SDPO

author img

By

Published : Jun 3, 2022, 7:33 AM IST

ଢେଙ୍କାନାଳ: ଲାଞ୍ଚ ନେଇ ନେଇ ଖସୁଥିବା ଲାଞ୍ଚୁଆ ପୋଲିସ ବାବୁ ଶେଷର ଆଇନ ଜାଲରେ ଛନ୍ଦି ହୋଇଛନ୍ତି । ଜଣେ କ୍ରସର ମାଲିକଙ୍କ ଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁ କରିଥିବା ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକଙ୍କ ଜାମିନ ନାମଞ୍ଜୁର ହୋଇଛି । ଫଳରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଜାମିନ ନାମଞ୍ଜୁର, ବିଚାର ବିଭାଗୀୟ ହାଜତରେ ଲାଞ୍ଚୁଆ SDPO

ଗତକାଲି ମଳୟଙ୍କ ଠାରୁ ଲାଞ୍ଚ ୩୦ହଜାର ଟଙ୍କା ଜବତ କରିଥିବା ସହ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଗୁରୁବାର ମଳୟଙ୍କୁ ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ ପରେ କୋର୍ଟ ତାଙ୍କ ଜାମିନକୁ ଖାରଜ କରିଦେଇଥିବା ଜଣାପଡିଛି । ସୂଚନା ଥାଉ କି ତାଙ୍କ ସରକାରୀ କ୍ବାର୍ଟରରେ ଚଢଉ ପୂର୍ବରୁ ମଳୟଙ୍କ ପତ୍ନୀ ସୁନା ଗହଣା ଓ ଟଙ୍କା ଭର୍ତ୍ତି ଏକ ବାକ୍ସ ନେଇ ଫେରାର ଥିବାରୁ ସେ ଭିଜିଲାନ୍ସ ସ୍କାନରରେ ରହିଛନ୍ତି । ଅପରପକ୍ଷେରେ ଭିଜିଲାନ୍ସ ପକ୍ଷରୁ ମଳୟ ବେଆଇନ ଭାବେ ଠୁଳ କରିଥିବା ପ୍ରାୟ ୨କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଠାବ କରିଛି । ସେଥିମଧ୍ୟରୁ ଭୁବନେଶ୍ବର, ପୁରୀ, ସମ୍ବଲପୁର ଓ ଅନୁଗୋଳ ଆଦି ସହରରେ ବହୁ ମୂଲ୍ୟବାନ ଓ ବିଳାଶପୂର୍ଣ୍ଣ କୋଠା ଠାବ କରିଛି ଭିଜିଲାନ୍ସ ।

ଇଟିଭି ଭାରତ, ଢେଙ୍କାନାଳ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.