ETV Bharat / state

ରଣକ୍ଷେତ୍ର ପାଲଟିଲା ପୂଜା ବଜାର, ପୋଲିସ ପକ୍ଷରୁ ଲାଠି ଚାର୍ଜ - ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲୁଥିବାବେଳେ ଦୁଇ ପୂଜା ବଜାର ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଜାଗା ପାର୍କିଂକୁ ନେଇ ଛକା ପଞ୍ଝା । ଅଧିକ ପଢ଼ନ୍ତୁ

group clash at gajalaxmi puja in dhenkanal
ରଣକ୍ଷେତ୍ର ପାଲଟିଗଲା ପୂଜା ବଜାର, ପୋଲିସ ପକ୍ଷରୁ ଲାଠି ଚାର୍ଜ
author img

By

Published : Oct 16, 2022, 12:45 PM IST

ଢେଙ୍କାନାଳ: ରଣକ୍ଷେତ୍ର ପାଲଟିଗଲା ପୂଜା ବଜାର । ଜାଗା ପାର୍କିଂ ନେଇ ଢେଙ୍କାନାଳ ଜିଲ୍ଲା ଦେଉଳସାହି ଓ କୈବଲ୍ୟ ବଜାର ମଧ୍ୟରେ ଛକା ପଞ୍ଝା । ଉତ୍ତ୍ୟକ୍ତ ଲୋକଙ୍କ ଟେକା ପଥର ମାଡ଼ ଯୋଗୁଁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଛି ।

ଢେଙ୍କାନାଳରେ ଐତିହାସିକ ଗଜଲକ୍ଷ୍ମୀ ପୂଜା ଉତ୍ସବ ବେଶ ଧୂମଧାମରେ ପାଳିତ ହେଉଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଆଉ ମାତ୍ର ଦୁଇ ଦିନରେ ପୂଜା ଶେଷ ହେବାକୁ ନେଇ ଲୋକଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳିଛି । ଏପରିସ୍ଥଳେ ଦେଉଳସାହି ଓ କୈବଲ୍ୟ ବଜାର ମଧ୍ୟରେ ପାର୍କିଂସ୍ଥଳକୁ ନେଇ ଗତ ପାଞ୍ଚଦିନ ହେଲା ସୃଷ୍ଟି ହୋଇଥବା ବିବାଦ ଉଗ୍ରରୂପ ଧାରଣ କରିଛି । ଠେଙ୍ଗା ବାଡ଼ି ଓ ଟେକା ପଥର ଆକ୍ରମଣରେ ପୂଜା ବଜାର ଏକ ପ୍ରକାର ରଣକ୍ଷେତ୍ର ପାଲଟିଯାଇଛି । ଦେଉଳସାହିର ଉତ୍ୟକ୍ତ ଯୁବକ ଘର ଓ ଦୋକାନ ଭଙ୍ଗା ରୁଜା କରିଥିବା ବେଳେ ଉଭୟ ବଜାରର ଯୁବକ ମାନେ ଲୁଛି ଛପି ଆକ୍ରମଣ ଓ ପ୍ରତି ଆକ୍ରମଣ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଜମୁଛି ଢେଙ୍କାନାଳ ଲକ୍ଷ୍ମୀପୂଜା, ଖାଦ୍ୟର ମାନ ଯାଞ୍ଚ କଲା ଖାଦ୍ୟ ନିରାପତ୍ତା ବିଭାଗ

ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ସତ୍ତ୍ୱେ ତୁହାକୁ ତୁହା ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଛି। ଯାହାକୁ ନେଇ ଉତ୍ତେଜନା ବୃଦ୍ଧି ପାଉଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିବାବେଳେ ଉତ୍ତ୍ୟକ୍ତ ଲୋକେ ପାଲଟା ଟେକା ପଥର ମାଡ଼ କରିଛନ୍ତି । ଫଳରେ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସୂଚନା ଥାଉକି, ଗଜଲକ୍ଷ୍ମୀ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହର । ବିଭିନ୍ନ ମଣ୍ଡପରେ ଧନଦାତ୍ରୀଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଦୀର୍ଘ ଦୁଇ ବର୍ଷ ପରେ ବେଶ ଧୁମଧାମରେ ପୂଜାର ମଜା ନେଉଛନ୍ତି ଢେଙ୍କାନାଳବାସୀ । ପୂଜା ପାର୍ବଣକୁ ନେଇ ଜିଲ୍ଲାରେ ମେଲିଛି ମିନା ବଜାର ସହ ଅନେକ ଗୁଡିଏ ଖାଦ୍ୟ ଷ୍ଟଲ । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସତ୍ତ୍ବେ ପାର୍କିଂକୁ ନେଇ ଏଭଳି ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.