ETV Bharat / state

ବନବିଭାଗର ଚଢ଼ାଉ: 10 ଲକ୍ଷ ଟଙ୍କାର ଶାଳ କାଠ ଜବତ

ଚୋରା କାଠ କାରବାରୀଙ୍କ ଉପରେ ଢେଙ୍କାନାଳ ବନବିଭାଗର ତୀଖ୍ନ ନଜର । ଘନ ଘନ ଚଢାଉ କରି ଜବତ କରାଯାଉଛି ମୁଲ୍ୟବାନ ଶାଳ କାଠ ।

author img

By

Published : Mar 19, 2020, 1:59 PM IST

Updated : Mar 19, 2020, 2:06 PM IST

Forest department conducts raid in dhenkanal
ବନବିଭାଗର ଚଢ଼ାଉ: 10 ଲକ୍ଷ ଟଙ୍କାର ଶାଳ କାଠ ଜବତ

ଢେଙ୍କାନାଳ: ଜିଲ୍ଲା ବନବିଭାଗ ପକ୍ଷରୁ ଚୋରା କାଠ କାରବାର ଉପରେ ଘନ ଘନ ଚଢ଼ାଉ କରାଯାଉଛି । ବୁଧବାର ସିଆରିଆରୁ ବିପୁଳ ପରିମାଣରେ ଚୋର ଶାଳ କାଠ ଜବତ କରିଥିବାବେଳେ ପୁଣି ତାଳବରକୋଟ ଅଞ୍ଚଳରେ ଚଢ଼ାଉ କରାଯାଇଛି ।

ବିଶେଷ ସୂତ୍ରରୁ ଖବରପାଇ ଗ୍ରାମ ଜଙ୍ଗଲରେ ସଦର ରେଞ୍ଜର ସଦଲବଳ ଏହି ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ୭ଶହ ସିଫ୍ଟ ଚୋରା ଶାଳ ଗଣ୍ଡି କାଠ ଜବତ କରାଯାଇଛି । ଜବତ କାଠର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏକ ଚୋରା କାଠ ବୋଝେଇ ଟ୍ରାକ୍ଟର ଖସି ପଳାଇଥିବା ଜଣାପଡିଛି । ଫଳରେ ଘଟଣାସ୍ଥଳରୁ ଏହି କାଠ ଚାଲାଣ କରୁଥିବା ତାଳବରକୋଟର ପ୍ରଶାନ୍ତ ସାହୁଙ୍କୁ ବନବିଭାଗ ଅଟକ ରଖିଛି ।

ଏ ସଂପର୍କରେ ବନ ବିଭାଗ ପକ୍ଷରୁ ତନାଘନା ଯାଞ୍ଚ କରାଯାଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

Last Updated : Mar 19, 2020, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.