ଢେଙ୍କାନାଳ: ବ୍ରାହ୍ମଣୀ ନଦୀର ବନ୍ୟାରେ ଗଁନ୍ଦିଆ ବ୍ଲକର ପାଞ୍ଚଟି ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ପ୍ରଭାବରେ ବ୍ରାହ୍ମଣୀ ନଦୀରେ ଜଳସ୍ତର ଅପେକ୍ଷାକୃତ ବଢିଯାଇଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ବନ୍ୟାପାଣି ଯୋଗୁଁ ଗଁନ୍ଦିଆ ବ୍ଲକରେ ଅନେକ ପରିମାଣରେ କ୍ଷୟକ୍ଷତି ଘଟିଛି । ଏପରିକି ଷଢଙ୍ଗୀ ଓ ଦଶମାଣ ପାଟଣା ଦେଇ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ଉପରେ 7ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।
ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ଦଶମାଣ ପାଟଣା ଓ ମଞ୍ଜୁରୀ ଅଦି ଗ୍ରାମବାସୀ ଜଳବନ୍ଦୀ ହୋଇଛନ୍ତି । ସେହିପରି ବାଇ ସିଂହା ପଞ୍ଚାୟତର କଙ୍କା ମୁଖ୍ୟ ରାସ୍ତାରେ 5ଫୁଟର ବନ୍ୟାଜଳ ପ୍ରଭାହିତ ହେଉଛି । ଏଥିଯୋଗୁଁ କଙ୍କା ଓ ଗୋରଡପାଳ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ