ଢେଙ୍କାନାଳ: କଳିଙ୍ଗ ଝୋଟକଳରେ ଭୟାବହ ଅଗ୍ନିକାଣ୍ଡ । ଜଳୁଛି କୋଟି କୋଟି ଟଙ୍କାର ଝୋଟ ଓ ମେସିନ ସାମଗ୍ରୀ । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ନିୟୋଜିତ ।
ଢେଙ୍କାନାଳ ଷ୍ଟେସନ ବଜାରସ୍ଥିତ କଳିଙ୍ଗ ଝୋଟ କଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟାନ ଚଳାଇଛନ୍ତି । ତେବେ ଏହି ନିଆଁରେ କାରଖାନାର କୋଟି କୋଟି ଟଙ୍କାର ଝୋଟ ସାମଗ୍ରୀ ଓ ମେସିନ ଆଦି ନିଆଁର ଆଁରେ ନଷ୍ଟ ହୋଇଯାଉଛି ।
ଅନ୍ୟପଟେ ନିଆଁ ଲାଗିବା ସମୟରେ କାରଖାନାରେ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟରତ ଥିଲେ । ସମସ୍ତ କର୍ମଚାରୀ ନିଆଁ ଲାଗିବା ପରେ କାରଖାନା ବାହାରକୁ ପଳାଇ ଆସିଥବା ଜଣାପଡିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ କାରଖାନାରେ ଅନୁରୂପ ଭାବେ ପୂର୍ବରୁ ତିନି ଚାରି ଥର ନିଆଁ ଲାଗିବାରୁ କର୍ମଚାରୀଙ୍କ ମହଲରେ ଚାପା ଉତ୍ତେଜନା ପ୍ରକାଶ ପାଇଛ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ