ETV Bharat / state

ଢେଙ୍କାନାଳର ରେଞ୍ଜ ଅଫିସ ଷ୍ଟୋର ରୁମରେ ବିସ୍ଫୋରଣ, ଜଣେ ଗୁରୁତର - dhenkanal news

ଢେଙ୍କାନଲ ସହର ଫରେଷ୍ଟ କଲୋନୀରେ ଭୟାନକ ବିସ୍ପୋରଣରେ ଜଣେ ଗୁରୁତର । ହାତୀ ଘଉଡାଇବା ପାଇଁ ରଖାଯାଇଥିବା ବମରୁ ଘଟିଛି ବିସ୍ପୋରଣ ।

ଢେଙ୍କାନାଳରେ ବିସ୍ଫୋରଣ, ଜଣେ ଗୁରୁତର
ଢେଙ୍କାନାଳରେ ବିସ୍ଫୋରଣ, ଜଣେ ଗୁରୁତର
author img

By

Published : Jun 24, 2020, 12:00 PM IST

Updated : Jun 24, 2020, 7:11 PM IST

ଢେଙ୍କାନାଳ: ସହରର ରଥଗଡ଼ା ଫରେଷ୍ଟ କଲୋନୀରେ ଘଟିଛି ଭୟାନକ ବିସ୍ଫୋରଣ । ଏହି ବିସ୍ପୋରଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ସ୍ଥାନୀୟ ଦେଉଳସାହିର ସୁଜିତ ସାମଲ ଵୋଲି ଜଣାପଡିଛି I ଗୁରୁତର ସୁଜିତ ଏଲିଫ୍ୟାଣ୍ଟ ସ୍କାର୍ଡ ଭାବେ କାମ କରନ୍ତି ।

ଢେଙ୍କାନାଳର ରେଞ୍ଜ ଅଫିସ ଷ୍ଟୋର ରୁମରେ ବିସ୍ଫୋରଣ, ଜଣେ ଗୁରୁତର

ଖବର ପାଇ ଢେଙ୍କାନାଳ ଅଗ୍ନିଶ୍ରମ ବାହିନୀ ପହଞ୍ଚି ସୁଜିତଙ୍କୁ ଉଦ୍ଧାର କରି ଢେଙ୍କାନଲ ମୁଖ୍ୟ ଡାକ୍ତର ଖାନାରେ ଭର୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାସ୍ଥରିତ କରାଯାଇଛି । ଫରେଷ୍ଟ କଲୋନୀର କୈଳାଶ ପୃଷ୍ଟି ନାମକ ଜଣେ ଫରେଷ୍ଟରଙ୍କ କ୍ବାର୍ଟରରେ ଏହି ବିସ୍ପୋରଣ ଘଟିଛି I ଏହି ବିସ୍ପୋରଣ ଅତି ଭୟଙ୍କର ଥିଲା ।ଏହି ଘର ସହ ପାଖ ଘରର ଅଜବେଷ୍ଟସ ଉଡି ଯାଇଥିବାବେଳେ କାନ୍ଥ ଫାଟି ଯାଇଥିବା ଦେଖାଯାଇଛି । ଏହି ଫ୍ରରେଷ୍ଟ କଲୋନୀରେ ଅନ୍ୟୁନ ୧୦ଟି ପରିବାର ରହୁଥିଲେ ମଧ୍ୟ ସୌଭାଗ୍ୟ ବଶତଃ ଅନ୍ୟ କାହାରି କିଛି କ୍ଷତି ହୋଇନାହିଁ ।

ଘଟଣାସ୍ଥଳରେ ଟାଉନ ପୋଲିସ ଫରେନସିକ ଓ ବୋମ ସ୍କ୍ୱାର୍ଡ ଆସି ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ ବନ ବିଭାଗର ଫରେଷ୍ଟ ଭାବେ କାମ କରୁଥିବା କୈଳାଶ ପୃଷ୍ଟିଙ୍କର ଘର ସାମଗ୍ରୀ ନୂଆ ଘରକୁ ସ୍ଥାନାନ୍ତର ବେଳେ ବିସ୍ପୋରଣ ଘଟିଥିବା ଜଣାପଡିଛି । ଏପରିକି ଏହି ବିସ୍ପୋରଣ ରେ ତାଙ୍କର ଏକ ବୁଲେଟ ଭାଙ୍ଗି ରୁଜି ଯାଇଥିବା ଦେଖାଯାଇଛି । ହାତୀ ମାନଙ୍କୁ ଘଉଡାଇବା ପାଇଁ ବ୍ୟବହୃତ ବିପୁଳ ପରିମାଣରେ ବମ କଲୋନୀର ଏହି ଘରେ ଥିବା ବେଳେ ଏହା ବିସ୍ପୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଅପରପକ୍ଷରେ କେଉଁ କାରଣରୁ ବିସ୍ପୋରଣ ଘଟିଲା ତଦନ୍ତ ପରେ ଜଣାପଡିବ ବୋଲି ଟାଉନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।ଗୁରୁତର ସୁଜିତ ଏଲିଫ୍ୟାଣ୍ଟ ସ୍ଖ୍ବାର୍ଡରେ କାମ କରୁଥିଲେ ମଧ୍ୟ କଲୋନୀର ଏହି ଘରେ ତାଙ୍କୁ କିଏ କାମରେ କାମ ଲଗାଇଥିଲେ I କଲୋନୀ ମଧ୍ୟରେ ଏତେମାତ୍ରାରେ ବିସ୍ପୋରକ ଦ୍ରବ୍ୟ ରଖାଯାଇଥିଲା କିପରି I ଯାହାକୁ ନେଇ ପ୍ରଶ୍ନ ଉଠୁଛି I

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Jun 24, 2020, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.