ଢେଙ୍କାନାଳ: କୋରୋନା କଟକଣା ପାଇଁ ଦେଶ ଲକଡାଉନ ଥିବାବେଳେ ସହରଠାରୁ ଗାଁ ଖାଁ ଖାଁ ରହିଛି । ସମସ୍ତ ମଦ ଦୋକାନ ଗୁଡିକୁ ବନ୍ଦ କରାଯାଇଥିବା ବେଳେ ନକଲି ମଦ ମାଫିଆଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ଏହି କ୍ରମରେ ନକଲି ମଦ ବିକ୍ରି ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଢେଙ୍କାନାଳ ଭୁବନ ଅଞ୍ଚଳରେ ପୋଲିସ ଚଢାଉ କରିଛି ।
ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ-୧୫ରେ ବିଷ୍ଣୁ ଗୁରୁଙ୍କ ଘରେ ଭୁବନ ଥାନା ଅଧିକାରୀ ନିର୍ମଳା ଗୋଚ୍ଛାୟତ ଚଢାଉ କରିଥିଲେ । ତେବେ ଘଟଣାସ୍ଥଳରୁ ବିଷ୍ଣୁ ଗୁରୁ ଓ ତାର ଦୁଇ ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଥିବା ଜଣାପଡିଛି। ।
ଘଟଣାସ୍ଥଳରୁ ସାତ ଶହରୁ ଉର୍ଦ୍ଧ୍ବ ନକଲି ମଦ ବୋତଲ ସହିତ ଠିପି, ଷ୍ଟିକର, ଲିକ୍ୟୁଇଡ ଜାରକିନ, ଦୁଇଟି ବୋତଲ ଜବତ କରାଯାଇଛି । ଏହା ସହିତ ଏହି ନକଲି ମଦ ପ୍ରସ୍ତୁତ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଗୋଟିଏ ମେସିନ ମଧ୍ୟ ଜବତ କରିଛି ଭୁବନ ପୋଲିସ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ