ETV Bharat / state

ଢେଙ୍କାନାଳ ଛାତ୍ରଙ୍କୁ ମାଡ ଘଟଣା:ସିଡବ୍ଲ୍ୟୁସିର ଦ୍ବାରସ୍ଥ ହେଲେ ପରିବାର

author img

By

Published : Dec 12, 2019, 5:16 AM IST

ପରୀକ୍ଷା ହଲରେ ଛାତ୍ରଙ୍କୁ ଅମାନୁଷିକ ଭାବେ ମାଡ ମାରିବା ସହ ଶିକ୍ଷୟତ୍ରୀଙ୍କ ଅଶାଳୀନ ଗାଳି ଗୁଲଜ । ଘଟଣାର 10 ଦିନ ପରେ ମଧ୍ୟ ଗ୍ରହଣ ହୋଇନି କାର୍ଯ୍ୟାନୁଷ୍ଠାନ ।

Student torture and beaten by HM
ଢେଙ୍କାନାଳ ଛାତ୍ରଙ୍କୁ ମାଡ ଘଟଣା

ଢେଙ୍କାନାଳ: ସ୍ଥାନୀୟ ବିବି ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଉନ୍ମୁକ୍ତ କାଣ୍ଡକୁ ନେଇ ତୀବ୍ର ହେଉଛି ଅସନ୍ତୋଷ । ପରୀକ୍ଷା ହଲରେ ଛାତ୍ରଙ୍କୁ ଅମାନୁଷିକ ଭାବେ ମାଡ ମାରିବା ସହ ଶିକ୍ଷୟତ୍ରୀଙ୍କ ଅଶାଳୀନ ଗାଳିଗୁଲଜ । ଏହି ଘଟଣାକୁ 10 ଦିନ ବିତିଥିଲେ ମଧ୍ୟ ହାତିବନ୍ଧି ବସିଛି ପୋଲିସ । ସେପଟେ, ମାଡ ଭୟରେ ଛାତ୍ର ଜଣକ ସ୍କୁଲ ଯାଉନଥିବାରୁ ଶେଷରେ ସିଡବ୍ଲ୍ୟସିର ଶରଣ ପଶିଛନ୍ତି ଉକ୍ତ ଛାତ୍ରଙ୍କ ପରିବାର ।

ଢେଙ୍କାନାଳ ଛାତ୍ରଙ୍କୁ ମାଡ ଘଟଣା

ସୂଚନାଯୋଗ୍ୟ, ଢେଙ୍କାନାଳ ବିବି ସ୍କୁଲରେ ପରୀକ୍ଷା ଚାଲିଥିବାବେଳେ ପରୀକ୍ଷା ହଲରେ ଜଣେ 10ମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିବା ସହ ଅଶାଳୀନ ଗାଳିଗୁଲଜ କରିଥିଲେ ପ୍ରଧାନଶିକ୍ଷୟତ୍ରୀ । ଏହା ପରେ ଉକ୍ତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନିଆଯାଇଥିଲା । ପରେ ଟାଉନ ଥାନା ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ହେଲେ ଘଟଣାର ଯାଞ୍ଚ କରିବା ପରିବର୍ତ୍ତେ କେବଳ କାରଣ ଦର୍ଶାଅ ନୋଟିସ ପଠାଇଛି ଜିଲ୍ଲା ଶିକ୍ଷାଧିକାରୀ । ଏପରିକି ଶିକ୍ଷୟତ୍ରୀଙ୍କ ବିରୋଧରେ ଛାତ୍ରଛାତ୍ରୀଙ୍କଠାରୁ, ଶିକ୍ଷକଙ୍କଠାରୁ ମଧ୍ୟ ଘଟଣା ବିଷୟରେ ଆଦାୟ କରିଥିଲା ଶିକ୍ଷାଧିକାରୀ । ଆଉ ଅନ୍ୟପଟେ, ପୋଲିସ ମଧ୍ୟ ଏକ ମାମଲା ରୁଜୁ କରି କାମ ସାରିଦେଇଛି ।

ଢେଙ୍କାନାଳରୁ ଉର୍ମିଲା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳ ବିବି ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଉନ୍ମତ୍ତକାଣ୍ଡକୁ ନେଇ ତୀବ୍ର ହେଉଛି ଅସନ୍ତୋଷ / ୧୦ଦିନ ପରେ ମଧ୍ୟ ହାତ ବାନ୍ଧି ବସିଛି ପୁଲିସ / ମାଡ ଭୟରେ ସ୍କୁଲ ଯାଉନାହାନ୍ତି ଛାତ୍ର / ସେପଟେ ସିଡବ୍ଲ୍ୟୁସିର ଶରଣ ପଶିଲେ ଛାତ୍ରର ପରିବାର

ଆଙ୍କର-ଢେଙ୍କାନାଳ ବିବି ହାଇସ୍କୁଲରେରେ ପରୀକ୍ଷା ଚାଲିଥିବାବେଳେ ପରୀକ୍ଷା ହଲରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଉନ୍ମତ୍ତକାଣ୍ଡକୁ ନେଇ ତୀବ୍ର ହେଉଛି ଅସନ୍ତୋଷ I ଜଣେ ୧୦ମ ଶ୍ରେଣୀ ଛାତ୍ରକୁ ଖୋଦ ପ୍ରଧାନ ଶିକ୍ଷୟତ୍ରୀ ଅମାନୁଷିକ ଭାବେ ମାଡ ମାରିବା ସହ ଅଶାଳୀନ ଗାଳିଗୁଲଜ ଘଟଣାର ୧୦ଦିନ ପରେ ମଧ୍ୟ ହାତ ବାନ୍ଧି ବସିଛି ପୁଲିସ । ଯାଞ୍ଚ କରି ଜିଲ୍ଲା ଶିକ୍ଷାଅଧିକାରୀ ଯାଞ୍ଚ ରିପୋର୍ଟ ଧରି ବସିଛନ୍ତି। ମାତ୍ର ଏହି ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଭୟରେ ସ୍କୁଲ ଯାଉ ନାହାନ୍ତି ପିଡିତ ଛିାତ୍ର। ସିଡବ୍ଲ୍ୟୁସିରେ ଗୁହାରି କରି ନ୍ୟାୟ ଓ ଛାତ୍ରର ଭବିଷ୍ୟତ ଆଶାରେ ରହିଛନ୍ତି ଛାତ୍ରର ପରିବାର।
Body:ଭିଓ-୧: ସ୍କୁଲରେ ପରୀକ୍ଷା ଚାଲିଥିବାବେଳେ ପରୀକ୍ଷା ହଲରେ ଖୋଦ ପ୍ରଧାନ ଶିକ୍ଷୟତ୍ରୀଙ୍କ ଉନ୍ମତ୍ତକାଣ୍ଡକୁ ଢେଙ୍କାନାଳର ବହୁ ପୁରାତନ ବିବି ହାଇସ୍କୁଲ ଏବେ ଚର୍ଚ୍ଚାରେ ରହିଛି। ପରୀକ୍ଷା ଦେଉଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କୁ ଅମାନୁଷିକ ଭାବେ ମାଡ ମାରିବା ସହ ଅଶାଳୀନ ଗାଳିଗୁଲ୍ଲଜ ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ନିସ୍ତୁକ ମାଡରେ ଆହତ ଛାତ୍ର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପରେ ଟାଉନଥିନା ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଗୁହାରି କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ। ଫଳର ଏହି ପ୍ରଧାନ ଶିକ୍ଷୟତ୍ରୀଙ୍କ ଭୟରେ ପାଠ ପଢା ଛାଡିବାକୁ ବାଧ୍ୟ ହୋଇଛନ୍ତି ପିଡିତ ଛାତ୍ର ରାଜା ବାରିକ। ପାଠ ପଢିବାକୁ ଇଛା ଥିଲେ ମଧ୍ୟ ସ୍କୁଲରେ ସେହି ପ୍ରଧାନ ଶିକ୍ଷୟତ୍ରୀ ଥିବାଯାଏ ସେ ସ୍କୁଲ ଯିବେ ନାହିଁ ବୋଲି ରୋକ ଠୋକ ମନାକରୁଛନ୍ତି ପିଡିତ ଛାତ୍ର।
ବାଇଟ-ଲକ୍ଷ୍ମିକାନ୍ତ ଜେନା,ଏସଏମସି ଅଧ୍ୟକ୍ଷ,ବିବି ହାଇସ୍କୁଲ,ଢେଙ୍କାନାଳ
ବାଇଟ- ରାଜା ବାରିକ,ପିଡିତ ଛାତ୍ର,ବିବି ହାଇସ୍କୁଲ

ଭିଓ-୨: ଏପରି ସଙ୍ଗିନ ଘଟଣା ଇତି ମଧ୍ୟରେ ୧୦ଦିନ ବିତିଗଲାଣି। ଏ ସଂପର୍କରେ କେବଳ ସାଧାରଣ ଦଫାରେ ମାମଲା ଟିଏ ରୁଜୁ କରିଦେଇ ହାତ ବାନ୍ଧି ବସିଛି ଟାଉନ ପୁଲିସ। ସେପଟେ ସ୍କୁଲରେ ଏହି ପ୍ରଧାନ ଶିକ୍ଷୟତ୍ରୀ ବ୍ୟବହାରରେ ଅତିଷ୍ଠ ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଶିକ୍ଷକଙ୍କ ପର୍ଯ୍ୟନ୍ତ ଘଟଣା ସଂପର୍କରେ ଶିକ୍ଷାଧିକାରୀଙ୍କ ପକ୍ଷରୁ ଯାଞ୍ଚକାରି ଦଳକୁ ପ୍ରଧାନ ଶିକ୍ଷୟତ୍ରୀ ଅମାନୁଷିକ ମାଡ ସଂପର୍କରେ ବଖାଣିଥିବା ଜଣାପଡିଛି। କେବଳ କାରଣ ଦର୍ଶାଅ ନୋଟିସ ପଠାଇ ଯାଞ୍ଚ ରିପୋର୍ଟକୁ ଧରି ବସିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଯାହାଫଳରେ ବାପଛେମୁଣ୍ଡ ଏହି ଛାତ୍ରର ଭବିଷ୍ୟତ ଚିନ୍ତାରେ ପରିବାର ପକ୍ଷରୁ ଶିଶୁ ମଙ୍ଗଳ କମିଟିର ଦ୍ବାରସ୍ତ ହୋଇଛନ୍ତି।
ବାଇଟ- ସୁଧାନନ୍ଦ ପରୀଡା,ଜିଲ୍ଲା ଶିକ୍ଷା ଅଧିକାରୀ,ଢେଙ୍କାନାଳ
ବାଇଟ- ଜଗନ୍ନାଥ ବାରିକ,ଆହତ ଛାତ୍ରର ଦାଦା
Conclusion:ଫାଭିଓ: ଦିନ ପରେ ଦିନ ଗଡି ଚାଲି ୧୦ଦିନ ବିତିଗଲିଣି। ମୁଣ୍ଡ ଉପରେ ବୋର୍ଡ ପରୀକ୍ଷାର ବୋଝ । ଏପରିସ୍ଥଳେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ଆତଙ୍କରାଜରେ ସ୍କୁଲ ଯିବାରୁ ବଞ୍ଚିତ ଏହି ଛାତ୍ର। ଅମାନୁଷିକ ନିର୍ଯ୍ୟାତନାର ଶିକାର ଏହି କୋମଳମତି ଛାତ୍ର ପାଇଁ ସତେ ଯେମିତି ଶିଶୁ ସୁରକ୍ଷା ଓ ଅଧିକାର ଆଇନ ମୂଲ୍ୟହିନ ହୋଇ ପଡିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.