ETV Bharat / state

ଢେଙ୍କାନାଳ ନାବାଳିକା ଆତ୍ମହତ୍ୟା ମାମଲା, ପରିବାରକୁ ଭେଟିଲା ବିଜେପି

author img

By

Published : Jul 31, 2020, 7:43 PM IST

ଢେଙ୍କାନାଳ ଅସଦାଚରଣର ଶିକାର ନାବାଳିକା ଆତ୍ମହତ୍ୟା ଘଟଣାରେ ମୃତ ନାବାଳିକା ପରିବାରକୁ ଭେଟିଲା ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ । ଏହି ଅବସରରେ ମୃତକ ପରିବାରକୁ କ୍ଷତିପୂରଣ ବାବଦକୁ ସରକାର ତୁରନ୍ତ ୨୦ ଲକ୍ଷ ଟଙ୍କା ପ୍ରଦାନ, ସମ୍ପୃକ୍ତ ପୋଲିସ ଅଫିସରମାନଙ୍କୁ ବହିଷ୍କାର ସହ ଘଣ୍ଟ ଘୋଡାଇଥିବା ସଦର ଥାନା ଅଧିକାରୀ ଓ ଏସଡ଼ିପିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ଆଖିଦୃଶିଆ ଦଣ୍ଡ ବିଧାନ ପାଇଁ ଦାବି କରାଯାଇଛି ।

ଢେଙ୍କାନାଳ ନାବାଳିକା ଆତ୍ମହତ୍ୟା ମାମଲା, ମୃତ ନାବାଳିକା ପରିବାରକୁ ଭେଟିଲା ବିଜେପି

ଢେଙ୍କାନାଳ: ଢେଙ୍କାନାଳ ଅସଦାଚରଣର ଶିକାର ନାବାଳିକା ଆତ୍ମହତ୍ୟା ଘଟଣା । ଦୀନବନ୍ଧୁପୁର ଯାଇ ମୃତ ନାବାଳିକା ପରିବାରକୁ ଭେଟିଲା ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ । ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ନେତୃତ୍ବରେ ବିଜେପିର ଓବିସି ସେଲ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ ମହିଲା ମୋର୍ଚ୍ଚାର ସଦସ୍ୟ ନିରୋଜ ନଳିନୀ ମହାଳିକ ପ୍ରମୁଖ ବିଜେପି ନେତୃବୃନ୍ଦ ପରିବାରକୁ ଭେଟି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରେ ଏହି ବିଜେପି ଦଳ ଭାପୁର ଫାଣ୍ଡି ଯାଇ ସେଠାରେ ଢେଙ୍କାନାଳ ଏସପିଙ୍କୁ ଭେଟିଛନ୍ତି ।

ଘଟଣାରେ ମୃତ ନାବାଳିକା ପରିବାରକୁ କ୍ଷତିପୂରଣ ବାବଦକୁ ସରକାର ତୁରନ୍ତ ୨୦ ଲକ୍ଷ ଟଙ୍କା ପ୍ରଦାନ, ସମ୍ପୃକ୍ତ ପୋଲିସ ଅଫିସରଙ୍କୁ ବହିଷ୍କାର ସହ ଘଣ୍ଟ ଘୋଡାଇଥିବା ସଦର ଥାନା ଅଧିକାରୀ ଓ ଏସଡ଼ିପିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ଆଖିଦୃଶିଆ ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି । ଯଦି ଏପରି ନହୁଏ ତେବେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଜେପି ଚେତାବନୀ ଦେଇଛି । ସେପଟେ ଘଟଣାରେ ଭାପୁର ପୋଲିସର ଅବହେଳାକୁ ସ୍ବୀକାର କରିବା ସହ ଖୁବ ଶୀଘ୍ର ଅଭିଯୁକ୍ତକୁ ଧରାଯିବା ବୋଲି ଢେଙ୍କାନାଳ ଏସପି ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉ କି, ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ଦିନବନ୍ଧୁପୁର ଗ୍ରାମର ନାବାଳିକାକୁ ଉକ୍ତ ଗ୍ରାମର ସୁବାଷ ମୁଦୁଲି ନାମକ ଜଣେ ବିବାହିତ ଯୁବକ ବାରମ୍ବାର ଅସଦାଚରଣ କରିଆସୁଥିଲା । ଗତ 1 ତାରିଖରେ ଘରେ କେହି ନଥିବାବେଳେ ଘରେ ପଶି ସେ ନାବାଳିକା ଜଣଙ୍କୁ ଅସଦାଚରଣ କରିଥିଲା । ଏ ସମ୍ପର୍କରେ ପୀଡିତା ପରିବାର ପକ୍ଷରୁ ଗତ ୬ ତାରିଖରେ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲା । ମାତ୍ର ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୁକ୍ତକୁ ଫାଣ୍ଡିକୁ ଡାକି ମାମଲାର ରଫାଦଫା କରି ଦେଇଥିଲା । ଫଳରେ ଅଭିଯୁକ୍ତ ଜଣଙ୍କ ପୀଡିତାକୁ ମାନସିକ ନିର୍ଯ୍ୟାତନା ଓ ଧମକ ଦେବା ସହ ଗତ ୨୮ ତାରିଖରେ ପୁନର୍ବାର ଅସଦାଚରଣ କରିଥିଲା । ଶେଷରେ ଯୁବକର ଅସଦାଚରଣରେ ଅସହ୍ୟ ଏବଂ ପୋଲିସ ଉପରୁ ଆସ୍ଥା ତୁଟାଇ ପୀଡିତା ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଥିଲା ।

ତେବେ ଅଭିଯୁକ୍ତ ସୁବାଷ ମୁଦୁଲି ଜଣେ ପେଶାଦାର ଅପରାଧୀ ହୋଇଥିବାବେଳେ ତାର ଏପରି କାର୍ଯ୍ୟକଳାପରେ ସମ୍ପୂର୍ଣ୍ଣ ଦିନବନ୍ଧୁପୁର ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାରେ ଭାପୁର ଫାଣ୍ଡିର ପୂର୍ବତନ ଅଧିକାରୀ ପ୍ରଶାନ୍ତ ପଢିହାରୀ ଓ ଏଏସଆଇ ପଦ୍ମନାଭ ସାହୁଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ମାତ୍ର ଘଟଣାର ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ମାମଲାର ଅଭିଯୁକ୍ତ ଦିନବନ୍ଧୁପୁରର ଫେରାର ସୁବାଷ ମୁଦୁଲିକୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି । ଏବେ ମୃତ ନାବାଳିକା ପରିବାର ନିଜ ଝିଅର ନ୍ୟାୟ ପାଇଁ ଅଭିଯୁକ୍ତର ଫାଶୀ ଦାବି କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.