ETV Bharat / state

ମଗଜି ଲଡୁକୁ ମିଳିଲା ଜିଆଇ ଟ୍ୟାଗ୍, ଢେଙ୍କାନାଳରେ ଖୁସିର ଲହରୀ - magaji ladu

Magaji Ladu Gets GI Tags:ଢେଙ୍କାନାଳ ପ୍ରସିଦ୍ଧ ମଗଜି ଲଡୁକୁ ମିଳିଛି ସ୍ୱତନ୍ତ୍ର ପରିଚୟ । ଏହି ଅବସରରେ ମଗଜି ଲଡୁ ପ୍ରସ୍ତୁତକାରୀ ହୃଷୀକେଶ ସାହୁଙ୍କୁ ସମ୍ବର୍ଦ୍ଧିତ କରିଛି ଜିଲ୍ଲା ପ୍ରସାଶନ । ଅଧିକ ପଢନ୍ତୁ

ମଗଜି ଲଡୁକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା,ଢେଙ୍କାନାଳରେ ଖୁସିର ଲହରୀ

author img

By ETV Bharat Odisha Team

Published : Jan 4, 2024, 7:48 PM IST

ମଗଜି ଲଡୁକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା,ଢେଙ୍କାନାଳରେ ଖୁସିର ଲହରୀ

ଢେଙ୍କାନାଳ: ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛି ଢେଙ୍କାନାଳର ମଗଜି ଲଡୁ । ରାଜ୍ୟର ୭ଟି ସାମଗ୍ରୀ ମଧ୍ୟରେ ଢେଙ୍କାନାଳର ମଗଜି ଲଡୁକୁ ଜିଆଇ ଟ୍ୟାଗ ମିଳିଛି ।ଜିଲ୍ଲାର ଗଁନ୍ଦିଆ ବ୍ଲକର ଷଢ଼ଙ୍ଗୀ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଏହି ମଗଜି ଲଡୁକୁ ମାନ୍ୟତା ମିଳିବା ପରେ ଢେଙ୍କାନଳାରେ ବେଶ୍ ଆନନ୍ଦର ଲହରୀ ଖେଳିଯାଇଛି । ଏପରିକି ସହରରେ ବାଜା ବଜାଇ ନାଚଗୀତରେ ମସଗୁଲ ହୋଇପଡିଛନ୍ତି ଲୋକେ । କହିବାକୁ ଗଲେ ଏକ ପ୍ରକାର ଉତ୍ସବର ମାହୋଲ ସୃଷ୍ଟି କରିଛି ।ଜିଲ୍ଲା ମିଠା ଦୋକାନୀ ସଂଘ ପକ୍ଷରୁ ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଜିଆଇ ଟ୍ୟାଗ ହାସଲ କରିଥିବା ମଗଜି ଲଡୁ ପ୍ରସ୍ତୁତକାରୀ ହୃଷୀକେଶ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ସୂଚନା ଥାଉକି, ମଗଜି ଲଡୁର ମଜା, ଯିଏ ଖାଇଛି ସିଏ ହିଁ ଜାଣିଛି । ସ୍ୱାଦ ବେଶ ନିଆରା । ଆଉ ସେଥିପାଇଁ ତ ଏହି ମଗଜି ଲଡୁ ଆଜି ରାଜ୍ୟରେ ୭ଟି ସାମଗ୍ରୀ ମଧ୍ୟରେ ଜିଆଇ ଟ୍ୟାଗ ପାଇଛି । ଗଁନ୍ଦିଆ ବ୍ଲକ ଷଢଙ୍ଗୀର ହୃଷୀକେଶ ସାହୁ ତିଆରି କରୁଛନ୍ତି ଏହି ଲଡୁ । ସେ ନିଜ ହାତର ଯାଦୁରେ ତିଆରି କରୁଥିବା ଏହି ମଗଜି ଲଡୁର ସ୍ୱାଦ ଆଜି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି । ରାଜ୍ୟର ଖଜୁରୀ ଗୁଡ଼,କାଇ ଚଟଣି, କଳାଜିରା ଚାଉଳ ଆଦି ମଧ୍ୟରେ ଏହି ମଗଜି ଲଡୁକୁ ଜିଆଇ ଟ୍ୟାଗ ମିଳିଥିବା ଗତ କାଲି ଘୋଷଣା କରାଯାଇଥିଲା । ଏ ସମ୍ପର୍କରେ ଗତ ୩୧ ଅଗଷ୍ଟରେ ଜିଓଗ୍ରାଫିଆକଲ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ.......ଓଡ଼ିଶାର ୮ ଉତ୍ପାଦକୁ GI ଟ୍ୟାଗ: ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମାନ୍ୟତା

ସୂଚନା ଥାଉକି, ନିଜ ବାପ ଅଜା ଅମଳରୁ ପ୍ରାୟ ଏକ ଶହ ବର୍ଷ ହେଲା ହୃଷୀକେଶଙ୍କ ପରିବାର କୌଳିକ ବୃତ୍ତି ଭାବେ ତିଆରି କରିଆସୁଛନ୍ତି ଏହି ଲଡୁ । ନିଜର ମଇଁଷି ଥିବାରୁ କ୍ଷୀରରୁ ପ୍ରସ୍ତୁତ ଛେନା ଓ ଆବଶ୍ୟକ ପରିମାଣର ଚିନି ଦ୍ୱାରା ଏହା ପ୍ରସ୍ତୁତ ହୋଇଥାଏ । ଆଜକୁ ଶହେ ବର୍ଷ ହେବ ସାଆନ୍ତ ବାପା ସ୍ବର୍ଗତ ଆଦିକନ୍ଦ ସାହୁ ପ୍ରଥମେ ଆରମ୍ଭ କରିଥିଲେ ଏହି ଲଡୁ ।ପରେ ନିଜର ଏହି କୌଳିକ ପେଷାକୁ ନିଷ୍ଠା , ଆଗ୍ରହର ସହ ସନ୍ତକ ଭାବେ ଆଜି ବି ବଞ୍ଚାଇଛନ୍ତି ହୃଷିକେଶ ।

ଓଡିଶା କୃଷି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଜିଆଇ ଟ୍ୟାଗ ପାଇଁ ଆବେଦନ ପରେ ଗତ ୬ ଡିସେମ୍ବର ୨୦୨୨ରେ କୃଷି ବିଶ୍ୱ ବିଦ୍ୟାଳୟ ଠାରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ଭୌଗଳିକ ସୂଚକାଙ୍କ ପରାମର୍ଶ ଦାତା କମିଟି ମାଧ୍ୟମରେ ହୃଷିକେଶ ନେଇଥିବା ମଗଜି ଲଡୁକୁ ପରୀକ୍ଷା ଓ ଯାଞ୍ଚ ହୋଇଥିଲା । ଆଉ ଏବେ ତାଙ୍କ ହାତ ତିଆରି ଏହି ମଗଜି ଲଡୁ ଜିଆଇ ମାନ୍ୟତା ପାଇଁ ଚୟନ ହୋଇଥିଲା । ଏହି ଲଡୁ ଦେଶ ତଥା ଦେଶବାହାରଙ୍କୁ ମଧ୍ୟ ପାଠାଯାଇଥାଏ । ଏହି କାରୀଗରକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଢେଙ୍କାନାଲ ଜିଲ୍ଲାପାଳ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.