ଢେଙ୍କାନାଳ: କୋରନାକୁ ନେଇ ଜାରି ରହିଛି ଲକଡାଉନ । କୋରୋନାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ଠୁ ଆରମ୍ଭ କରି ପ୍ରଶାସନିକ ସ୍ତରରେ ଚାଲିଛି ଉଦ୍ୟମ । ସବୁଠି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏପରିସ୍ଥିତିରେ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ନିଜେ ରାସ୍ତାକୁ ଓହ୍ଲାଇ ଜନସାଧାରଣଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳୁଛି ।
ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ସହରରେ ବୁଲିବୁଲି ଲୋକଙ୍କୁ ମାସ୍କ ବାଣ୍ଟିବା ସହ ସଚେତନ କରାଇଛନ୍ତି । ରାଜ୍ୟରେ କୋରୋନା ସ୍ଥିତି ଲାଗି ରହିଥିଲେ ବି ଢେଙ୍କାନାଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ ସମାନ୍ୟ କୋହଳ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର ରିପୋର୍ଟ, ଇଟିଭି ଭାରତ