ETV Bharat / state

ଶହୀଦ ବାଜି ରାଉତଙ୍କୁ ଭାରତ ରତ୍ନ ଦାବି - younger freedom fighter

ଦେଶର ସର୍ବ କନିଷ୍ଠ ଶହୀଦ ବୀର ବାଜି ରାଉତ । ସେହି ବୀର ଶହୀଦଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନୀତ କରିବାକୁ ଦାବି କରିଛନ୍ତି ଢେଙ୍କାନାଳବାସୀ । ଏଥିପାଇଁ ଆରମ୍ଭ ହୋଇଛି 'ଆନ୍ଦୋଳନ ଅଭିଯାନ' ।

ସର୍ବ କନିଷ୍ଠ ସହିଦ ବୀର ବାଜି ରାଉତ
ସର୍ବ କନିଷ୍ଠ ସହିଦ ବୀର ବାଜି ରାଉତ
author img

By

Published : Feb 4, 2021, 8:16 PM IST

ଢେଙ୍କାନାଳ: ଶହୀଦ ବୀର ବାଜି ରାଉତଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ପ୍ରଦାନ ପାଇଁ ଦାବି । ଦେଶର ସର୍ବ କନିଷ୍ଠ ଶହୀଦ ବୀର ବାଜି ରାଉତ । ସେହି ବୀର ଶହୀଦଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଦାବି କରିଛନ୍ତି ଢେଙ୍କାନାଳବାସୀ । ଏଥିପାଇଁ ଆରମ୍ଭ ହୋଇଛି 'ଆନ୍ଦୋଳନ ଅଭିଯାନ' ।

ସର୍ବ କନିଷ୍ଠ ସହିଦ ବୀର ବାଜି ରାଉତ

ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମରେ ତାଙ୍କର ଜନ୍ମ । ଢେଙ୍କାନାଳ ଗଡଜାତ ଅଧିନସ୍ଥ ପ୍ରଜା ଆନ୍ଦୋଳନର ରକ୍ତିମ ସ୍ଥାନ ହେଉଛି ନିଳକଣ୍ଠପୁର ଗ୍ରାମ । ଯେଉଁ ଗ୍ରାମର ୧୨ ବର୍ଷର ବାଳକ ବାଜିରାଉତ ଇଂରେଜମାନଙ୍କ ବନ୍ଧୁକ ଗୁଳିରେ ପ୍ରାଣ ବିସର୍ଜନ କରିଥିଲେ ।

ସେହି ବୀର ଶହୀଦଙ୍କୁ ଭାରତରତ୍ନ ସମ୍ମାନରେ ମରଣୋତ୍ତର ଭାବରେ ସମ୍ମାନିତ କରିବା ନିମନ୍ତେ ଆବେଗଭରା କଣ୍ଠରେ ନିବେଦନ କରିଛନ୍ତି ଅଞ୍ଚଳବାସୀ । ଏଥିପାଇଁ ଗାଁରୁ ଆନ୍ଦୋଳନ ଅଭିଯାନ ନାମକ ଏକ ଆନ୍ଦୋଳନ ମାଧ୍ୟମରେ ସଦସ୍ୟମାନେ ଦାବି କରିଛନ୍ତି ।

ବାଜିରାଉତଙ୍କୁ ଭାରତରତ୍ନ ପ୍ରଦାନ ଓ ସାତ ଦଫା ଦାବି ପତ୍ର ପ୍ରଦାନ ନିମନ୍ତେ ଅଞ୍ଚଳବାସୀ ଓ ଗାଁରୁ ଆନ୍ଦୋଳନ ଅଭିଯାନର ସଦସ୍ୟ ପ୍ରଥମେ ଭୁବନ ଡାକବଙ୍ଗଳାରେ ଏକତ୍ର ହୋଇଥିଲେ । ସମସ୍ତେ ଏକତ୍ର ହୋଇ ଭୁବନ ଡାକବଙ୍ଗଳାରୁ ବାହାରି ଶୋଭାଯାତ୍ରା କରି ଭୁବନ ବିଡିଓଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଭାରତ ସରକାରଙ୍କୁ ପ୍ରଦାନ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.