ETV Bharat / state

ଢେଙ୍କାନାଳରେ ନୂତନ କୋଭିଡ କେୟାର ସେଣ୍ଟର ଉଦଘାଟନ - covid care center inaugurated in dhenkanal

ଢେଙ୍କାନାଳ ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ନୂତନ କୋଭିଡ କେୟାର ସେଣ୍ଟର ଉଦଘାଟନ କରାଯାଇଛି l ଅଧିକ ପଢନ୍ତୁ...

ନୂତନ କୋଭିଡ କେୟାର ସେଣ୍ଟର ଉଦଘାଟନ
ନୂତନ କୋଭିଡ କେୟାର ସେଣ୍ଟର ଉଦଘାଟନ
author img

By

Published : Sep 3, 2020, 4:36 PM IST

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ବ୍ଲକର କୁସୁମଯୋଡ଼ି ଏବଂ ପରଜଙ୍ଗ ବ୍ଲକର ପରଜଙ୍ଗଠାରେ ୫୦ ଶଯ୍ୟା ବିଶିଷ୍ଟ ଦୁଇଟି ଲେଖାଏଁ ନୂତନ କୋଭିଡ କେୟାର ସେଣ୍ଟରକୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି l କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ କୋରୋନା ପ୍ରତିକାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି l

ନୂତନ କୋଭିଡ କେୟାର ସେଣ୍ଟର ଉଦଘାଟନ

ଲୋକେ କିଭଳି ଭାବେ ସୁବିଧାରେ ଓ ପାଖରେ ଚିକିତ୍ସା ପାଇ ପାରିବେ, ସେ ଲକ୍ଷ୍ୟ ନେଇ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହି ଭଳି ଭାବରେ କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯାଥିବା କହିଛନ୍ତି ଜିଲ୍ଲାପାଳ। ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, କାମାକ୍ଷାନଗର ଉପଜିଲ୍ଲାପାଳ ଏବଂ ଉଭୟ ବ୍ଲକର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.