ETV Bharat / state

5ବର୍ଷ ପରେ ରାୟ ପ୍ରକାଶ, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ପରଜଙ୍ଗ ଥାନା ଗଡପଳାଶୁଣି ଗ୍ରାମରେ ଗତ ୨୦୧୫ ମସିହାରେ ଜଣେ ୧୩ ବର୍ଷର ବାଳକକୁ ବିଭତ୍ସ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ହତ୍ୟାକାରୀ ବଡବାପା ପୁଅ ଭାଇକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କାମାକ୍ଷାନଗର ଅଦାଲତ । ଅଧିକ ପଢନ୍ତୁ...

author img

By

Published : Feb 15, 2020, 9:14 PM IST

accused sent to prison after 5 years of murder case
5 ବର୍ଷ ପରେ ହତ୍ୟାକାଣ୍ଡ ରାୟ ପ୍ରକାଶ

ଢେଙ୍କାନାଳ: ରାଗ ବ୍ରହ୍ମ ଚଣ୍ଡାଳ । ଜମିଜମା ବିବାଦରୁ ରାଗରେ ହିତାହତଜ୍ଞାନ ହରାଇ ବସିଲା । ଆଉ ଶେଷରେ ମାତ୍ର ୧୩ ବର୍ଷର ନିଜ ଦାଦା ପୁଅ ଭାଇକୁ ଗାଁ ଦାଣ୍ଡରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ସୁଶାନ୍ତ ସାମଲକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ ।

5 ବର୍ଷ ପରେ ହତ୍ୟାକାଣ୍ଡ ରାୟ ପ୍ରକାଶ

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣି ଗ୍ରାମରେ ଗତ ୨୦୧୫ ମସିହା ମେ ୨୭ ତାରିଖରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଜମିଜମା ବିବାଦରୁ ଘଟିଥିଲା ହତ୍ୟାକାଣ୍ଡ । ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିଲା ସୁଶାନ୍ତ ସାମଲ । ସେ ତାର ଦାଦା ପୁଅ ଭାଇକୁ ଫୁଲ ତୋଳି ସାଇକେଲରେ ଫେରୁଥିବା ବେଳେ ହତ୍ୟା କରିଥିଲା । ସ୍ପଷ୍ଟ ଦିବାଲୋକରେ ଗାଁ ଦାଣ୍ଡରେ ଟାଙ୍ଗିଆରେ ବେକକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା ।

ପରେ କଟାମୁଣ୍ଡକୁ ସାଇକେଲ କ୍ୟାରିଅରରେ ବାନ୍ଧି ବୁଲିବା ବେଳେ ହତ୍ୟାକାରୀ ସୁଶାନ୍ତକୁ ଗାଁ ଲୋକେ କାବୁ କରିଥିଲେ । ଏହି ହତ୍ୟା ଘଟଣା ସେତେବେଳେ ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏ ସଂପର୍କରେ ମୃତ ଅଂଶୁମାନର ପରିବାର ଅଭିଯୋଗରେ ପରଜଙ୍ଗ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଗିରଫ ସୁଶାନ୍ତକୁ କୋର୍ଟ ଚାଲାଣ କରିଥିଲା । ତେବେ ଏହି ମାମଲାକୁ ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ସୁଶାନ୍ତ ସାମଲକୁ ହତ୍ୟାକାରୀ ଭାବେ ଦୋଷୀ ସାବ୍ୟସ୍ତ କରି ଶନିବାର ଏହି ଆଜୀବନ ଦଣ୍ଡାଦେଶ ଘୋଷଣା କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.