ETV Bharat / state

ସାମାନ୍ୟ ବଚସାରୁ ରକ୍ତପାତ, କଟୁରୀରେ ଗଳା କାଟି ହତ୍ୟା - A man killed some dispute

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଜଣେ ଜରି ଗୋଟାଳିର ଗଳା କାଟି ହତ୍ୟା କରାଯାଇଛି । ସେପଟେ ଅଭିଯୁକ୍ତକୁ ଗିରଫ କଲା ମୋଟଙ୍ଗା ପୋଲିସ । ଅଧିକ ପଢନ୍ତୁ...

ସାମାନ୍ୟ ବଚସାରୁ ରକ୍ତପାତ, କଟୁରୀରେ ଗଳା କାଟି ହତ୍ୟା

author img

By

Published : Sep 23, 2020, 7:34 PM IST

ଢେଙ୍କାନାଳ: ସାମାନ୍ୟ ବଚସାରୁ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ । ଆଉ ତାପରେ ରକ୍ତପାତ । ଜଣେ ଜରି ଗୋଟାଳି କଟୁରୀ ସାହାଯ୍ୟରେ ନିଜର ଅନ୍ୟ ଜଣେ ସହଯୋଗୀର ଗଳା କାଟି ହତ୍ୟା କରିଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ । ଘଟଣାସ୍ଥଳରେ ଯୁବକର ମୃତ୍ୟୁ ଘଟିଛି ।

ସାମାନ୍ୟ ବଚସାରୁ ରକ୍ତପାତ, କଟୁରୀରେ ଗଳା କାଟି ହତ୍ୟା

ମୃତ ଯୁବକ ଜଣଙ୍କ ରାଜୁ ବିର୍ଲା ଓ ତାଙ୍କ ଘର ବିହାରରେ ବୋଲି ଜଣାପଡିଛି । ରାଜୁ ସହ କିଛି ଜରି ଗୋଟାଳି ନିମବାହାଳି ଛକ ନିକଟରେ ରହୁଥିଲେ । ତେବେ ଏହି ଜରି ଗୋଟାଳିଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ତାଙ୍କ ମଧ୍ୟରୁ ଜଣେ ଯୁବକ କଟୁରୀରେ ରାଜୁର ଗଳା କାଟି ଦେଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ମୋଟଙ୍ଗା ପୋଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଗିରଫ ଯୁବକର ପରିଚୟ ମିଳି ପାରିନଥିଲେ ମଧ୍ୟ ତାଙ୍କ ଘର ମଧ୍ୟ ବିହାରରେ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.