ETV Bharat / state

ଭାଲୁକୁ ମାରି କାଟି ନେଲେ ନଖ-ଦାନ୍ତ - ଭାଲୁର ମୃତଦେହ ଉଦ୍ଧାର

ଭାଲୁକୁ ମାରି ଶିକାରୀ କାଟି ନେଲେ ନଖ ଓ ଦାନ୍ତ । ବନ ବିଭାଗର ତଦନ୍ତ ଜାରି । ଅଧିକ ପଢନ୍ତୁ....

a hunter killed bear in dhenkanal
ଭାଲୁକୁ ମାରି ଶିକାରୀ କାଟିନେଲେ ନଖ ଓ ଦାନ୍ତ
author img

By

Published : Feb 20, 2021, 7:32 PM IST

ଢେଙ୍କାନାଳ: ହାତୀ ପରେ ଏବେ ଭାଲୁ ଉପରେ ଶିକାରୀଙ୍କ ଆଖି । ଭାଲୁକୁ ମାରି ଶିକାରୀ କାଟି ନେଲେ ନଖ ଓ ଦାନ୍ତ । ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳରୁ ଗତ ସପ୍ତାହରେ ଏକ ହାତୀକୁ ଗୁଳି କରି ଦାନ୍ତ କାଟି ନେଇଥିବାବେଳେ ଶିକାରୀମାନେ ଏବେ ଭାଲୁଙ୍କୁ ଟାର୍ଗେଟ କରିଛନ୍ତି । ଏପରିକି ଭୁବନ ଅଞ୍ଚଳରେ ଏକ ଭାଲୁକୁ ମାରି ଶିକାରୀ ନଖ ଓ ଦାନ୍ତ ଲୁଟି ନେଇଥିବା ଜଣାପଡିଛି ।

ଭାଲୁକୁ ମାରି ଶିକାରୀ କାଟିନେଲେ ନଖ ଓ ଦାନ୍ତ

ନୟାନିଳକଣ୍ଠପୁର ଗାଁ ନିକଟ ବିଲରେ ଏକ ଭାଲୁର କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଛି । ମୃତ ଭାଲୁ ବିଲରେ ପଡିଥିବା ଲୋକେ ଦେଖିଥିଲେ । ଏନେଇ ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି । ମୃତ ଭାଲୁର ନଖ ଓ ଦାନ୍ତ କେହି ଦୁବୃର୍ତ୍ତ ତାଡି ନେଇଥିବାବେଳେ କେହି ବିଷ ଦେଇ ମାରିଥିବା ସନ୍ଦେହ କରାଯାଉଛି । ମୃତ ଭାଲୁଟିର ବୟସ ୧୫ରୁ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.