ETV Bharat / state

ପୁଣି ଢେଙ୍କାନାଳରେ ୯ କୋରୋନା ପୋଜିଟିଭ, ମୋଟ ସଂଖ୍ୟା 65 - 9 new corona positive cases in Dhenkanal

ସାରା ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରିସ୍ଥଳରେ ଢେଙ୍କାନାଳରେ ଜିଲ୍ଲାରୁ ପୁଣି ୯ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁଣି ଢେଙ୍କାନାଳରେ ୯ କୋରୋନା ପୋଜିଟିଭ
ପୁଣି ଢେଙ୍କାନାଳରେ ୯ କୋରୋନା ପୋଜିଟିଭ
author img

By

Published : Jun 23, 2020, 8:56 PM IST

ଢେଙ୍କାନାଳ: ସାରା ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରିସ୍ଥଳରେ ଢେଙ୍କାନାଳରେ ଜିଲ୍ଲାରୁ ପୁଣି ୯ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି । ଅନ୍ୟପଟେ ଦୁଇ ଜଣ ସୁସ୍ଥ ହୋଇଥିବା ଖବର ରହିଛି ।

ମିଳିଥିବା ସୂଚନା ମୁତାବକ ଏହି ୯ ପଜିଟିଭଙ୍କ ମଧ୍ୟରୁ ପରଜଙ୍ଗ ବ୍ଲକ କୁମୁସି ସଙ୍ଗରୋଧ କେନ୍ଦ୍ରରୁ ୫ ଓ ସାଆନ୍ଦା ସଙ୍ଗରୋଧ କେନ୍ଦ୍ରରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଏଥିସମେତ ଓଡ଼ପଡା ବ୍ଲକ ମେରମୁଣ୍ଡଳୀ ସଙ୍ଗରୋଧ କେନ୍ଦ୍ରରୁ ୨ଜଣ ଚିହ୍ନଟ ବୋଲି ଜଣାପଡିଛି । ସମସ୍ତ ଚିହ୍ନଟ ରାଜ୍ୟ ବାହାରୁ ଆସିଥିବା ବେଳେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ପଶ୍ଚିମବଙ୍ଗ, ୩ଜଣ ମହାରାଷ୍ଟ୍ର, ଦିଲ୍ଲୀ ଓ ତେଲେଙ୍ଗାନରୁ ଜଣେ ଲେଖାଏଁ ଫେରିଥିଲେ । ଗତ ୨୧ତାରିଖରେ ସମସ୍ତଙ୍କର ସ୍ବାବ ପରୀକ୍ଷା ପାଇଁ ଯାଇଥିବା ବେଳେ ୨୨ତାରିଖରେ ସେମାନଙ୍କର ରିପୋର୍ଟ ପଜିଟିଭ ଆସିଥିଲା ।

ପରାଜଙ୍ଗ ବ୍ଲକର ୭ଜଣଙ୍କୁ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲକୁ ଓ ଓଡ଼ପଡା ବ୍ଲକ୍‌ର ୨ଜଣଙ୍କୁ ଢେଙ୍କାନାଳ କୋଭିଡ ହେଲଥ ସେଣ୍ଟରକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ସେପଟେ ଢେଙ୍କାନାଳ ପୌରାଞ୍ଚଳରୁ ଚିହ୍ନଟ ଦୁଇଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସବିଶେଷ ସୂଚନା ମୁତାବକ ଏବେ ସୁଧା ଢେଙ୍କାନାଳ ଜିଲ୍ଲାର ମୋଟ ୬୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅବଶିଷ୍ଟ ୧୪ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.