ETV Bharat / state

ମାଟିରେ ମିଶିଲା ବିଶାଳକାୟ ଚିମିନି, ଖଞ୍ଜା ଯାଇଥିଲା 750 କେଜି ବିସ୍ଫୋରକ

author img

By

Published : Dec 19, 2022, 1:57 PM IST

Updated : Dec 19, 2022, 2:13 PM IST

ମାଟିରେ ମିଶିଲା ବିଶାଳକାୟ ଚିମିନି । ଢେଙ୍କାନାଳ ଜିଲ୍ଲା କୁରୁଣ୍ଟି ସ୍ଥିତ ବନ୍ଦ ହୋଇ ପଡ଼ିଥିବା ଲାନକୋ ବାବନ୍ଧ ପାୱାର କାରଖାନାର ବୃହତ ଚିମିନିକୁ ତୃତୀୟ ଥରରେ ସଫଳତାର ସହ ଭଙ୍ଗାଯାଇଛି । ଅଧିକ ପଢ଼ନ୍ତୁ

longest Chimney demolished in dhenkanal
ଢେଙ୍କାନାଳର ବିଶାଳକାୟ ଚିମିନି ଧ୍ବଂସ
ମାଟିରେ ମିଶିଲା ବିଶାଳକାୟ ଚିମିନି

ଢେଙ୍କାନାଳ: ମାଟିରେ ମିଶିଲା ୨୫୬ ମିଟର ଦୀର୍ଘ ଚିମିନି । ଢେଙ୍କାନାଳ ଜିଲ୍ଲା କୁସୁପଙ୍ଗା ପଞ୍ଚାୟତର କୁରୁଣ୍ଟି ସ୍ଥିତ ବନ୍ଦ ହୋଇ ପଡ଼ିଥିବା ଲାନକୋ ବାବନ୍ଧ ପାୱାର କାରଖାନାର ବୃହତ ଚିମିନିକୁ ତୃତୀୟ ଥରରେ ସଫଳତାର ସହ ଭଙ୍ଗାଯାଇଛି । ରାଜସ୍ଥାନ ଏକ୍ସକ୍ୟୁଡ଼ ନାମକ ଏକ ଠିକାସଂସ୍ଥା ଚିମିନି ଭାଙ୍ଗିବା କାର୍ଯ୍ୟ ହାତକୁ ନେଇଥିଲା । ଦୀର୍ଘ ଦିନ ହେବ ଚିମିନିକୁ ଭାଙ୍ଗିବା ପାଇଁ ଯେଉଁ ପ୍ରୟାସ ଚାଲିଥିଲା ଆଜି ତାହା ତାହା ସଫଳ ହୋଇଛି ।

ଚିମିନିକୁ ସଫଳତାର ସହ ଭାଙ୍ଗିବା ପାଇଁ 750 କେଜିର ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଆଜି ସକାଳ 10.30ରେ ବ୍ଳାଷ୍ଟିଂ କରାଯାଇଥିବା ବେଳେ ଏହା ସଫଳତାର ସହ ମାଟିରେ ମିଶିଛି । ଗତ ୨୦୦୮ ମସିହାରେ ୧୪୦୦ ମେଗାୱାଟ ବିଦ୍ୟୁତ ପ୍ରଡ଼କ୍ସନ କରିବା ଧାର୍ଯ୍ୟ ନେଇ ଲାନକୋ ବାବନ୍ଧ ପାୱାର ଲିମିଟେଡ଼ କାରଖାନା ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିଲା । ତେବେ କାରଖାନା ତିଆରି ରେ ପ୍ରାୟ ୭୦ପ୍ରତିଶତ କାର୍ଯ୍ୟ ସାରିଥିଲେ ମଧ୍ୟ ଜମି ଅଧିଗ୍ରହଣରେ ବିବାଦୀୟ ଯୋଗୁଁ ଏହା ବନ୍ଦ ହୋଇ ପଡିରହିଥିଲା । ଗତ ୨୦୧୩ ମସିହାରେ କାରଖାନା ଯନ୍ତ୍ରାଂଶକୁ ନେବା ପାଇଁ ଦିଲ୍ଲୀର ଚିନାରା ଇଞ୍ଜିନିୟରିଂ ନାମକ ସଂସ୍ଥା ନିଲାମ ନେଇଥିବା ଜଣାପଡିଛି। ଫଳରେ ଏହି ସଂସ୍ଥା ପକ୍ଷରୁ କାରଖାନାର ସମସ୍ତ ଯନ୍ତ୍ରାଂଶ ନେଇସାରିଥିବାବେଳେ ଚିମିନିକୁ ଭାଙ୍ଗିବା ପାଇଁ ଗତ ୨୦୨୧ ସେପ୍ଟେମ୍ବରରେ ପ୍ରଥମେ ଉଦ୍ୟମ କରି ବିଫଳ ହୋଇଥିଲା ।

ପରେ ଦ୍ୱିତୀୟ ଥର ଉଦ୍ୟମରେ ଗତ ନଭେମ୍ବର ମାସରେ ଚିମିନିର ଉପରି ଭାଗରୁ ମାତ୍ର ୩୦ ମିଟର ଭାଙ୍ଗିବାରେ ସଫଳ ହୋଇଥିଲା । ଆଜି ଶେଷରେ ଚିମିନିକୁ ସଫଳତାର ସହ ଭଙ୍ଗା ଯାଇଛି । ଏସ୍କପଟଙ୍କ କହିବା ଅନୁଯାୟୀ କିଭଳି ବିନା କ୍ଷତିରେ ଏହାକୁ ଭଙ୍ଗାଯିବ ସେଥିପାଇଁ ସମସ୍ତ ପ୍ରଚେଷ୍ଟା କରାଯାଇଥିଲା, ତାହା ସଫଳ ହୋଇଛି । କୌଣସି ଅଘଟଣକୁ ଏଡାଇବାପାଇଁ ପ୍ରଶାସନ ମାଧ୍ୟମରେ ସ୍ଥାନୀୟ କୁରୁଣ୍ଟି ଓ ଖଡ଼ଗ ପ୍ରସାଦ ଗ୍ରାମବାସୀଙ୍କୁ କାରଖାନା ପାଖକୁ ନଯିବା ପାଇଁ ବାରଣ କରିବା ସହ ସୁରକ୍ଷା ପାଇଁ କିଛି ସମୟ ପାଇଁ ନାକା ବନ୍ଦୀ କରି ରଖାଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Dec 19, 2022, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.