ETV Bharat / state

ଢେଙ୍କାନାଳରେ କୋରୋନା ନେଲା ୨ ମୁଣ୍ଡ, ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି - 2 more positive died in dhenkanal

ଢେଙ୍କାନାଳ ଜିଲ୍ଲାରେ ପୁଣି 2 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ 51 ବର୍ଷୀୟ ମହିଳା ଓ ଅନ୍ୟ ଜଣେ 40 ବର୍ଷୀୟ ପୁରୁଷ ଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

2 more corona positive died in dhenkanal
ଢେଙ୍କାନାଳରେ କରୋନା ନେଲା ୨ ମୁଣ୍ଡ, ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି
author img

By

Published : Oct 22, 2020, 6:30 PM IST

ଢ଼େଙ୍କାନାଳ: କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ। ରାଜ୍ୟରେ କୋରୋନା ସଂକ୍ରମଣ ମାତ୍ରାରେ ପୂର୍ବପେକ୍ଷା ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନି । ଗୁରୁବାର ଢେଙ୍କାନାଳ ଜିଲ୍ଲାରେ ପୁଣି 2 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ 51 ବର୍ଷୀୟ ମହିଳା ଓ ଅନ୍ୟ ଜଣେ 40 ବର୍ଷୀୟ ପୁରୁଷ ଥିବା ଜଣାପଡ଼ିଛି । ଏହାକୁ ମିଶାଇ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 15ରେ ପହଞ୍ଚି ଥିବାବେଳେ ଆଜି 60 ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ଗୁରୁବାର ଢେଙ୍କାନାଳ ଜିଲ୍ଲାରେ ଆଉ 48ଟି ନୂଆ ପଜିଟିଭ ମାମଲା ପ୍ରକାଶ ପାଇଛି । ସମସ୍ତ ପଜିଟିଭଙ୍କ ମଧ୍ୟରୁ ହୋମକ୍ବାରେଣ୍ଟାଇନରୁ 30, ଲୋକାଲ କଣ୍ଟାକ୍ଟ 10, କଟକ ଓ ଭୁବନେଶ୍ବରରୁ 8 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପରଜଙ୍ଗରୁ ୧୬, ଭୁବନରୁ ୧୦, ହିନ୍ଦୋଳରୁ ୫, ଭୁବନ ଏନଏସି ଓ କାମାକ୍ଷାନଗରରୁ ୪, ସଦରରୁ ୩, କାମାକ୍ଷାନଗର ଏନଏସି ଓ କଙ୍କଡାହାଡରୁ ୨, ଗଦିଁଆ ଓ ଓଡାପଡା ବ୍ଳକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 4,816 ରେ ପହଞ୍ଚିଛି । ସେଥିମଧ୍ୟରୁ 4,396 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା 407 ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.