ETV Bharat / state

11,300 ଟଙ୍କାର ଜାଲ୍ ନୋଟ ଜବତ, ମହିଳା ଗିରଫ

author img

By

Published : Mar 16, 2021, 7:53 AM IST

ହିନ୍ଦୋଳ ବଜାରରେ ନକଲି ଟଙ୍କା କାରବାର କରୁଥିବାବେଳେ ଜଣେ ମହିଳାଙ୍କୁ ଜାଲ ନୋଟ କାରବାର ଘଟଣାରେ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

11,300 ଟଙ୍କାର ଜାଲ୍ ନୋଟ ଜବତ, ମହିଳା ଗିରଫ
11,300 ଟଙ୍କାର ଜାଲ୍ ନୋଟ ଜବତ, ମହିଳା ଗିରଫ

ଢେଙ୍କାନାଳ : ହିନ୍ଦୋଳ ବଜାରରେ ନକଲି ଟଙ୍କା କାରବାର କରୁଥିବାବେଳେ ଜଣେ ମହିଳାଙ୍କୁ ହିନ୍ଦୋଳ ପୁଲିସ ଗିରଫ କରିଛି । ଗିରଫ ମହିଳାଙ୍କ ଠାରୁ ପୁଲିସ ୧୧ହଜାର ୩ ଶହ ଟଙ୍କା ଜବତ କରିଛି । ଗିରଫ ମହିଳା ଜଣଙ୍କ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ଗ୍ରାମର ମମତା ସାହୁ ବୋଲି ଜଣାପଡିଛି ।

ମମତା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ଅମାଲପଡାସ୍ଥିତ ଗ୍ରୋସରୀ ଦୋକାନରୁ ଏହି ନକଲି ଟଙ୍କା ଦେଇ ସାମଗ୍ରୀ କିଣୁଥିଲେ । ତେବେ ଦୋକାନୀଙ୍କୁ ଦେଇଥିବା ଟଙ୍କା ସନ୍ଦେହ ହେବାରୁ ଦୋକାନୀ ଯାଞ୍ଚ କରିଥିଲେ । ଫଳରେ ଏହା ନକଲି ବୋଲି ଜାଣିପାରି ପୁଲିସକୁ ଖବର ଦେଇଥିଲେ । ହିନ୍ଦୋଳ ପୁଲିସ ପହଞ୍ଚି ଉକ୍ତ ଟଙ୍କାକୁ ଜବତ କରିବା ସହ ମହିଳାଙ୍କୁ ଯାଞ୍ଚ କରିଥିଲେ । ପରେ ମହିଳାଙ୍କ ଠାରୁ ମୋଟ ୧୧ହଜାର ୩ ଶହ ଟଙ୍କା ପୁଲିସ ଜବତ କରିଥିଲା । ଏ ସମ୍ପର୍କରେ ପୁଲିସ ନକଲି ଟଙ୍କା ରାକେଟ କାମ କରୁଥିବା ଆଶଙ୍କାରେ ଅଧିକ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.