ଢେଙ୍କାନାଳ: ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଗୁରୁବାର ଢେଙ୍କାନାଳ ଜିଲ୍ଲାରେ ୧୦୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଢେଙ୍କାନାଳ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୨୩୧୧ରେ ପହଞ୍ଚିଛି ।
ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ଜଣ ହୋମକ୍ବାରେଣ୍ଟାଇନରୁ, କଟକ ଓ ଭୁବନେଶ୍ବର ହସ୍ପିଟାଲରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳରୁ ସର୍ବାଧିକ ୩୫ଜଣ ଚିହ୍ନଟ କରାଯାଇଛି ।
ସେହିପରି ସଦର ବ୍ଳକରୁ ୨୭, ହିନ୍ଦୋଳ ବ୍ଳକରୁ ୧୦, ହିନ୍ଦୋଳ ଏନଏସିରୁ ୭, ପରଜଙ୍ଗରୁ ୩, ଓଡାପଡାରୁ ୨ ଜଣ ଓ ଅନ୍ୟ ଜିଲ୍ଲାରୁ ୬ ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସେମାନେ ରହୁଥିବା ଗୃହ ଓ ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି ।
ସେପଟେ ଚିକିତ୍ସା ପରେ ୧୨୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୩୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୮୩୧ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବାବେଳେ ୪୭୮ ଜଣ ସକ୍ରିୟ ଅଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ