ଢେଙ୍କାନାଳ: ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ମଙ୍ଗଳବାର ଆଉ ଜଣେ ଜଣେ ପଜିଟିଭ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ପଜିଟିଭ ସଂଖ୍ୟା ୩୯ରେ ପହଞ୍ଚିଛି ।
ମଙ୍ଗଳବାର ଚିହ୍ନଟ ନୂଆ ଆକ୍ରାନ୍ତ ଜଣକ ଓଡାପଡା ବ୍ଳକ ଦାଣ୍ଡିମାଳ ସ୍କୁଲ କ୍ବାରେଣ୍ଟାଇନ ସେଣ୍ଟରେ ରହୁଥିଲେ । ସେ ମହାରାଷ୍ଟ୍ରରୁ ଜୁନ ୪ରେ ଫେରିଥିବା ଜଣାପଡିଛି । ଗତ ଜୁନ ୭ରେ ତାଙ୍କ ସ୍ବାବ ଟେଷ୍ଟ ପାଇଁ ପଠାଯାଇଥିଲା । ତେବେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ଏପଟେ ଚିକିତ୍ସା ପରେ ମଙ୍ଗଳବାର ଆରୋଗ୍ୟ ହୋଇ ଆଉ ୫ ଜଣ ଘରକୁ ଫେରିଛନ୍ତି ।
ଢେଙ୍କାନାଳ ଜିଲ୍ଲାରେ ମଙ୍ଗଳବାର ସୁଧା ମୋଟ ୧୬ ଜଣ କୋରୋନାରୁ ଆରୋଗ୍ୟ ହୋଇସାରିଛନ୍ତି । ତେବେ ଅବଶିଷ୍ଠ ୨୩ ଜଣ ଆକ୍ରାନ୍ତ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ