ETV Bharat / state

ବରାଖୋଳ ଗାଁରେ ଜଳ ସଙ୍କଟ, ଶୋଷ ମେଣ୍ଟାଉଛି ନଳକୂଅର ଦୂଷିତ ପାଣି - ବରାଖୋଳ ଗାଁରେ ଜଳ ସଙ୍କଟ

ବରାଖୋଳ ଗାଁରେ ଦେଖାଦେଇଛି ପାନୀୟ ଜଳ ସଂକଟ । ଗାଁରେ ଥିବା ଦୁଇଟି ନଳକୂପରୁ ପିଇବା ଉପଯୋଗୀ ପାଣି ବାହାରୁ ନଥିବାରୁ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ବରାଖୋଳ ଗାଁରେ ଜଳ ସଙ୍କଟ
ବରାଖୋଳ ଗାଁରେ ଜଳ ସଙ୍କଟ
author img

By

Published : May 23, 2021, 9:21 PM IST

ଦେବଗଡ: ବରାଖୋଳ ଗାଁରେ ଦେଖାଦେଇଛି ପାନୀୟ ଜଳ ସଂକଟ । ଗାଁରେ ଥିବା ଦୁଇଟି ନଳକୂପରୁ ପିଇବା ଉପଯୋଗୀ ପାଣି ବାହାରୁ ନଥିବାରୁ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ।

ବରାଖୋଳ ଗାଁରେ ଜଳ ସଙ୍କଟ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଆଡ଼ସ ପଂଚାୟତର ବରାଖୋଳ ଗାଁ । ଏହି ଦୁର୍ଗମ ପାହାଡିଆ ଗାଁରେ ବସବାସ କରି ଆସୁଛନ୍ତି 20 ଟି ଆଦିବାସୀ ପରିବାର । ଗାଁରେ ପାନୀୟ ଜଳ ବ୍ୟବସ୍ଥା ବୋଲି କହିଲେ ଅଛି କେବଳ ଦୁଇଗୋଟି ନଳକୂପ ।

ମାତ୍ର ଗାଁରେ ଥିବା ଦୁଇଗୋଟି ନଳକୂପରୁ ପିଇବା ଉପଯୋଗୀ ପାଣି ବାହାରୁ ନାହିଁ । ନଳକୂପ ଦୁଇଟିରୁ କାଦୁଅ ମିଶ୍ରିତ ପାଣି ବାହାରୁ ଥିବାରୁ ନାଳକୂପରେ କପଡା ବାନ୍ଧି ପାଣିକୁ ଛାଣି ବାଧ୍ୟହୋଇ ବ୍ୟବହାର କରି ଆସୁଛନ୍ତି ଗ୍ରାମବାସୀ । ତାହା ପୁଣି ଗ୍ରାମବାସୀଙ୍କ ପାନୀୟ ଜଳ ଆବଶ୍ୟକତା କୁ ମେଣ୍ଟାଇ ପାରୁନାହିଁ । ଫଳରେ ଗ୍ରାମବାସୀ ଉତ୍କଟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଗାଁରେ ଥିବା ଦୁଇଟି ନଳକୂପର ମରାମତି କରି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଗୁହାରି କରି ଆସୁଛନ୍ତି । ହେଲେ କୌଣସି ସୁଫଳ ମିଳିପାରୁନାହିଁ ।

ଗୋଟିଏ ପକ୍ଷରେ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷରେ ସରକାର ପ୍ରତି ଗାଁରେ କାର୍ଯ୍ୟକାରୀ କରୁଛନ୍ତି ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ମାତ୍ର ଜିଲ୍ଲାର ଉପାନ୍ତ ଅଂଚଳରେ ଥିବା ବରାଖୋଳ ଗାଁ କୁ ଏଯାଏଁ ପହଞ୍ଚି ପାରିନି ସରକାରଙ୍କ ଏହି ଯୋଜନା ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.