ETV Bharat / state

ସାହାଯ୍ୟ ମାଗୁଛନ୍ତି ଦୁଇ ଅସହାୟ ନାବାଳିକା, ଏକମାତ୍ର ଭରସା ଜେଜେବାପା - ଦେବଗଡ଼ର ଅସହାୟ ନାବାଳିକା

ପୁଅବୋହୂ ଆରପାରିକୁ ଚାଲିଯିବା ପରେ ଦୁଇ ନାବାଳିକାଙ୍କ ଦାୟିତ୍ବ ବର୍ତ୍ତମାନ 75 ବର୍ଷୀୟ ବୃଦ୍ଧଙ୍କ ଉପରେ ରହିଛି । ତେବେ ବୟସ ଅଧିକ କାରଣରୁ ଏହି ଦାୟିତ୍ବ ତୁଲାଇବା ବୃଦ୍ଧଙ୍କ ପକ୍ଷରେ ସମ୍ଭବ ହୋଇପାରୁନି । ଅଧିକ ପଢ଼ନ୍ତୁ...

ସରକାରୀ ସହାୟତା ଅପେକ୍ଷାରେ ଦୁଇ ଅସହାୟ ନାବାଳିକା

author img

By

Published : Sep 23, 2021, 9:01 PM IST

ଦେବଗଡ଼: ଅନ୍ଧାରରେ ଦୁଇ ନାବାଳିକାଙ୍କ ଭବିଷ୍ୟତ । ରିଆମାଳ ବ୍ଲକ ଟୁହିଲାମାଳ ପଞ୍ଚାୟତର ଝିମ୍ପାବିରା ଗାଁରେ ମାଆବାପା ଛେଉଣ୍ଡ ଦୁଇ ନାବାଳିକାଙ୍କୁ ଲାଳନପାଳନ କରୁଛନ୍ତି 75 ବର୍ଷୀୟ ବୃଦ୍ଧ ଜେଜେବାପା । ବୟସାଧିକ କାରଣରୁ ଦୁଇ ନାତୁଣୀଙ୍କୁ ପାଳିବା ଏବେ ବୃୃଦ୍ଧଙ୍କ ପକ୍ଷରେ ସମ୍ଭାଳିବା ସମ୍ଭବପର ହୋଇପାରୁନାହିଁ । ଫଳରେ ଦୁଇ ମାଆବାପା ଛେଉଣ୍ଡ ନାବାଳିକାଙ୍କ ଭବିଷ୍ୟତ ଅନ୍ଧକାର ଠେଲି ହେବାକୁ ବସିଛି ।

ସରକାରୀ ସହାୟତା ଅପେକ୍ଷାରେ ଦୁଇ ଅସହାୟ ନାବାଳିକା
ଝିମ୍ପାବିରା ଗାଁରେ ବସବାସ କରନ୍ତି ଜଣେ 75 ବର୍ଷୀୟ ବୃଦ୍ଧ ଚନ୍ଦ୍ରମଣି ବେହେରା । ଗତ 2020 ମସିହାରେ ବୋହୂ ବାସନ୍ତୀ ବେହେରାଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା । ଗତ କିଛିଦିନ ପୂର୍ବରୁ ପୁଅ ରଞ୍ଜନ ବେହେରା ମଧ୍ୟ ରୋଗାଗ୍ରସ୍ତ ହୋଇ ଆରପାରିକୁ ଚାଲିଗଲେ ।

ପୁଅବୋହୂ ଆରପାରିକୁ ଚାଲିଯିବା ପରେ ଛାଡ଼ି ଯାଇଛନ୍ତି ଦୁଇ ନାବାଳିକା ରୋଜି ବେହେରା (12) ଓ ରଶ୍ମିତା ବେହେରା (8) । ଏହି ଦୁଇ ନାବାଳିକାଙ୍କ ଲାଳନ ପାଳନ ଭାର ଏବେ ବୃଦ୍ଧ ଅଜା ଚନ୍ଦ୍ରମଣିଙ୍କ ଉପରେ ରହିଛି । ତେବେ ବୟସ ଅଧିକ କାରଣରୁ ବୃଦ୍ଧଙ୍କ ପକ୍ଷରେ କାମଧନ୍ଦା କରି ଦୁଇ ନାତୁଣୀଙ୍କୁ ଲାଳନପାଳନ କରିବା ଆଉ ସମ୍ଭବପର ହେଉନାହିଁ ।

ମାଆବାପା ଛେଉଣ୍ଡ ଦୁଇ ନାବାଳିକାଙ୍କ ପାଇଁ ସରକାରୀ ସହାୟତା ଜରୁରୀ ହୋଇପଡ଼ିଛି । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.