ETV Bharat / state

ଲକଡାଉନରେ ଠପ ବେପାର‌, ଲଘୁଚାପରେ ପଚିଲା କାଙ୍କଡ - ଲଘୁଚାପ ଜନିତ ବର୍ଷାରେ ପଚିଲା ଫସଲ

ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କୁ ବିପର୍ଯ୍ୟସ୍ତ କରିବାକୁ ବସିଛି । କୋରୋନା କଟକଣାରେ ବେପାର ଠପ ,ଏବେ ଲଘୁଚାପ ଜନିତ ବର୍ଷା ଫସଲ ନଷ୍ଟ ଚାଷୀଙ୍କୁ ତଳିତଳାନ୍ତ କରିପକାଇଛି । ଦେବଗଡ ଦେବଝରଣ ଗାଁର କାଙ୍କଡ ଚାଷୀ ଏବେ ହତାସ ହୋଇପଡିବା ସହ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ଅଧିକ ପଢନ୍ତୁ....

ଲକଡାଉନରେ ବେପାର ଠପ୍‌, ଲଘୁଚାପରେ ପଚିଲା କାଙ୍କଡ

author img

By

Published : Sep 9, 2020, 4:19 PM IST

ଦେବଗଡ: ପ୍ରାକୃତିକ ବିପର୍ଯ୍ୟୟରେ ବିପର୍ଯ୍ୟସ୍ତ କାଙ୍କଡ ଚାଷୀ । ଲକଡାଉନ ଓ ଲଘୁଚାପ ଜନିତ ବର୍ଷା ଭାଙ୍ଗି ଦେବାକୁ ବସିଛି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ । ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳ ପଞ୍ଚାୟତର ଦେଓଝରଣ ଗାଁର କାଙ୍କଡ ଚାଷୀ ହତାଶ ହୋଇପଡିଛି । ଏହି ଗାଁର 42ଟି ପରିବାର 50 ଏକର ଜମିରେ କାଙ୍କଡ ଚାଷ କରିଥାନ୍ତି । ଆଉ ଏଥିରୁ ବେଶ ଭଲ ରୋଜଗାର କରି ନିଜର ଭରପୋଷଣ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଚାଷବାସ ଉପରେ ପଡିଛି ଚଡକ ।

ଲକଡାଉନରେ ଠପ ବେପାର‌, ଲଘୁଚାପରେ ପଚିଲା କାଙ୍କଡ

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ପଞ୍ଚାୟତର ଦେଓଝରଣ ଗାଁ କାଙ୍କଡ ଚାଷ ପାଇଁ ପ୍ରସିଦ୍ଧ । ଗାଁ ର ମୃତ୍ତିକା ଓ ଜଳବାୟୁ ବିଶେଷ କରି କାଙ୍କଡ ଚାଷ ପାଇଁ ବେଶ ଉପଯୋଗୀ ହୋଇଥିବାରୁ ଏହି ଗାଁରେ ବସବାସ କରୁଥିବା ସମସ୍ତ ପରିବାର କାଙ୍କଡ ଚାଷ କରିଥାନ୍ତି । ପ୍ରତିବର୍ଷ ଏହି ଚାଷ କରି ଗ୍ରାମବାସୀ ଭଲ ଦୁଇ ପାଇସା ରୋଜଗାର କରିବା ସହିତ ସୁରୁଖୁରୁରେ ପରିବାର ଚଳାଇଥାନ୍ତି । ମାତ୍ର ଚଳିତ ବର୍ଷ ଲକଡାଉନ କଟକଣା ପରେ ଜିଲ୍ଲାରେ ଦେଖାଦେଇଥିବା ଲଗାଣ ବର୍ଷା କାଙ୍କଡ ଚାଷୀ ଙ୍କୁ ବହୁମାତ୍ରାରେ ପ୍ରଭାବିତ କରିଛି ।

ପ୍ରତି ବର୍ଷ ଅଗଷ୍ଟ ମାସ ବେଳକୁ କାଙ୍କଡର ଅମଳ କ୍ଷମ ହୋଇଥାଏ । ହେଲେ ଚଳିତ ବର୍ଷ ଲଗାଣ ବର୍ଷାରେ ଅନେକ ଗଛ ପୋଚି ଯିବା ସହ ଫଳ କଷି ରୁ ସଢିବାରେ ଲାଗିଛି । ବଜାରକୁ ଫଳ ଯାଇ ନ ପାରି ଖୁବ ଅଳ୍ପ ଟଙ୍କାରେ ବେପାରୀ ହାତୀକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି । ଫଳରେ ଏବେ କାଙ୍କଡର ବଜାର ମୂଲ୍ୟ କିଲୋ ପ୍ରତି 160 ରୁ 180 ରହିଛି । ଚାଷୀ କିନ୍ତୁ ବେପାରୀଙ୍କୁ 60 ରୁ 80 ଦାମରେ ବିକ୍ରି କରୁଛନ୍ତି । ନିଜସ୍ବ ଉଦ୍ୟମ ରେ ଜିଲ୍ଲା ତଥା ଜିଲ୍ଲା ବାହାରେ ଆଖ୍ୟା ଅର୍ଜନ କରିଥିବା କାଙ୍କଡ ଚାଷୀଙ୍କୁ ସରକାରୀ ପ୍ରତ୍ସୋହନ ମିଳୁନାହିଁ । ଏପରି ବିପର୍ଯ୍ୟସ୍ତ ସମୟରେ ସରକାରୀ ସହାୟତା ଲୋଡିଛନ୍ତି କାଙ୍କଡ ଚାଷୀମାନେ ।

ଚାଷୀଙ୍କୁ ସରକାରୀ ସହାୟତା ସହ ଚାଷ ପ୍ରଣାଳୀ ଉପରେ ଉଦ୍ୟାନ ବିଭାଗ ପକ୍ଷରୁ ତାଲିମ ଦିଆଗଲେ ଏହି ଚାଷ ଅଧିକ ଅଞ୍ଚଳକୁ ସମ୍ପ୍ରସାରିତ ହୋଇପାରିବ । ଏଥିସହ ଅଧିକ ସଂଖ୍ୟାରେ ଚାଷୀ ଚାଷ ପ୍ରତି ଆକର୍ଷିତ ହେବେ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.