ETV Bharat / state

ଟ୍ରକକୁ ପଛରୁ ପିଟିଲା ବୋଲେରୋ, 8 ଛାତ୍ରଛାତ୍ରୀ ଆହତ - ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ବୋଲେରୋ

୪୯ ନମ୍ଵର ଜାତୀୟ ରାଜପଥ ଭୁକାବେଡା ନିକଟରେ ସଡକ ଦୁର୍ଘଟଣା । ଟ୍ରକରୁ ପଛରୁ ଧକ୍କା ଦେଲା ବୋଲେରୋ । ଫଳରେ ଓଡିଶା ଆଦର୍ଶ ବିଦ୍ୟାଳୟର 8 ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

deogarh road accident
deogarh road accident
author img

By

Published : Feb 22, 2023, 8:15 AM IST

deogarh road accident

ଦେବଗଡ: ଜିଲ୍ଲାରେ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କୁଲ ପିଲାଙ୍କୁ ନେଇ ଆସୁଥିବା ବୋଲେରେ । ୮ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା । ଗତକାଲି(ମଙ୍ଗଳବାର) ୪୯ ନମ୍ଵର ଜାତୀୟ ରାଜପଥ ଭୁକାବେଡା ନିକଟରେ ହୋଇଥିଲା ଏହି ଦୁର୍ଘଟଣା । ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ, ମଙ୍ଗଳବାର ବିଦ୍ୟାଳୟ ଛୁଟି ହେବା ପରେ ସବୁ ଦିନ ପରି ଏକ ଘରୋଇ ବୋଲେରୋରେ ପ୍ରାୟ ୧୩ଜଣ ଛାତ୍ରଛାତ୍ରୀ ନିଜ ଘର ଦେବଗଡ଼କୁ ଫେରୁଥିଲେ । ତେବେ ସେହି ସମୟରେ ୪୯ ନମ୍ଵର ଜାତୀୟ ରାଜପଥ ଭୁକାବେଡା ନିକଟରେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ବୋଲେରୋ । ଫଳରେ ଘଟଣା ସ୍ଥଳରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଆହତ ସମସ୍ତ ଛାତ୍ରଛାତ୍ରୀ ଦେବଗଡ ସହରର ହୋଇଥିବା ସୂଚନା ମିଳିଛି। ଆହାତ ଛାତ୍ରଛାତ୍ରୀମାନେ ହେଲେ କ୍ରିସ ବେହେରା (୧୬), ଓମ ଦେହୁରୀ (୧୫) , ବୈଭବବର୍ଣ୍ଣ ଦାସ (୧୫), ଚନ୍ଦନ ବେହେରା (୧୩) , ଚର୍ଚ୍ଚିତ ପ୍ରଧାନ (୧୫), ପ୍ରଜ୍ଞା ପରମିତା ନାଏକ (୧୩), ଅଭିଲିପ୍ସା ସାହୁ (୧୩) ଓ ସୋନାଲି ପ୍ରସାଦ (୧୩) । ତେବେ ଓମ ଓ କ୍ରିସଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ଦେବଗଡ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟ ଏବଂ ସିଡିଏମଓ ସାଧନା ଦାଶ ଘଟଣାସ୍ଥଳରେ ପହଞ୍ଚି ଛାତଛାତ୍ରୀମାନଙ୍କ ଚିକିତ୍ସା ସଂପର୍କରେ ତଦାରଖ କରିଥିଲେ ।

ଅନ୍ୟପଟେ ପୌରପରିଷଦର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ବିଧାୟକଙ୍କ ପତ୍ନୀ ପ୍ରଣତି ପାଣିଗ୍ରାହୀ, ଉପନଗରପାଳ ପ୍ରଜିତ ଭୋଜ, ଡିଇଓ ସଚ୍ଚିଦାନନ୍ଦ ବେହେରା, ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ହସ୍ପିଟାଲରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଦେବଗଡ ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦୁର୍ଘଟଣା ପରେ ବୋଲେରୋର ଚାଳକ ଫେରାର ହୋଇଯାଇଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ତିଳେଇବଣି ଆଦର୍ଶ ବିଦ୍ୟାଳୟରେ ଦୀର୍ଘବର୍ଷ ହେବ ଛାତ୍ରାବାସ ନଥିବାରୁ ଦେବଗଡ଼ ଓ ଆଖପାଖ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଭଡାଗାଡି କରି ପ୍ରତିଦିନ ବ୍ୟସ୍ତବହୁଳ 49 ନମ୍ବର ଜାତୀୟ ରାଜପଥ ରେ ବିଦ୍ୟାଳୟକୁ ଯାତାୟତ କରୁଛନ୍ତି । ଛାତ୍ରାବାସ ପାଇଁ ଅଭିଭାବକଙ୍କ ମହଲରେ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ଏଦିଗରେ ପ୍ରଶାସନ କିମ୍ବା ସରକାର ଆଦୌ ଦୃଷ୍ଟି ଦେଉନଥିବା କାରଣରୁ ଛାତ୍ରଛାତ୍ରୀଙ୍କ ଜୀବନ ଅସୁରକ୍ଷିତ ହୋଇପଡିଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.