ETV Bharat / state

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଗୋଟିଏ କୋଠରୀରେ ଚାଲିଛି ପାଞ୍ଚୋଟି ଶ୍ରେଣୀ - ଦେବଗଡ଼ ଖବର

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ମାଟି ଚଟାଣ ଉପରେ ଏକାଠି ବସି ପାଠ ପଢୁଛନ୍ତି ପାଞ୍ଚୋଟି ଶ୍ରେଣୀର ଛାତ୍ରଛାତ୍ରୀ । ବର୍ଷ ବର୍ଷ ଧରି ଅଧପନ୍ତରିଆ ହୋଇ ପଡିରହିଛି ଏହି ବିଦ୍ୟାଳୟ କୋଠା । ଅଧିକ ପଢନ୍ତୁ

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା : ଗୋଟିଏ କୋଠରୀରେ ଚାଲିଛି ପାଞ୍ଚୋଟି ଶ୍ରେଣୀ

author img

By

Published : Jul 13, 2022, 9:42 PM IST

ଦେବଗଡ : ଅର୍ଦ୍ଧ ନିର୍ମିତ ଗୋଟିଏ କୋଠରୀରେ ମାଟି ଚଟାଣ ଉପରେ ଏକାଠି ବସି ପାଠ ପଢୁଛନ୍ତି ପାଞ୍ଚୋଟି ଶ୍ରେଣୀର ଛାତ୍ରଛାତ୍ରୀ । ଶୌଚାଳୟ ଅବସ୍ଥା ବି ଭଲନାହିଁ । ବର୍ଷ ବର୍ଷ ଧରି ଅଧପନ୍ତରିଆ ହୋଇ ପଡିରହିଛି ଏହି ବିଦ୍ୟାଳୟ କୋଠା । ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପାଉଡି ଭୂୟାଁ ଅଧ୍ୟୁଷିତ ଅଞ୍ଚଳର ଖୁଣ୍ଟାଡ଼ିହି ଗାଁରେ।

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା : ଗୋଟିଏ କୋଠରୀରେ ଚାଲିଛି ପାଞ୍ଚୋଟି ଶ୍ରେଣୀ

ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାଡ଼ିହି ଗାଁରେ ବସବାସ କରନ୍ତି 40ଟି ପାଉଡ଼ିଭୂୟାଁ ଆଦିମ ଜନଜାତି ପରିବାର । ଗାଁର ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଗତ 2013 ମସିହାରେ ଏଠାରେ ସ୍ଥାପନ କରିଥିଲେ ଏକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ପାଠ ପଢି ଆସୁଛନ୍ତି 30 ଜଣ ଛାତ୍ରଛାତ୍ରୀ ।

ମାତ୍ର ପରିତାପର ବିଷୟ ହେଲା , ଗତ 2013 ମସିହାରେ ଏହି ବିଦ୍ୟାଳୟ କୋଠା ଓ ତା ସହ ଦୁଇଟି ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ ତାହା ଏପର୍ଯ୍ୟନ୍ତ ସମାପ୍ତ ହୋଇପାରି ନାହିଁ । ମାତ୍ର ଗୋଟିଏ କୋଠରୀ ବିଶିଷ୍ଟ ଏହି କୋଠାର ଚଟାଣ ଓ ବିଭିନ୍ନ ସ୍ଥାନରେ ପ୍ଲାସ୍ଟର ହୋଇନଥିବା ବେଳେ ଶୌଚାଳୟ ଦୁଇଟି ମଧ୍ୟ ଅଧାପନ୍ତରିଆ ଭାବେ ପଡି ରହିଛି । ଫଳରେ ଏହି ବିଦ୍ୟାଳୟରେ କେବଳ ଗୋଟିଏ ମାତ୍ର ଅର୍ଦ୍ଧ ନିର୍ମିତ ଶ୍ରେଣୀ କୋଠରୀରେ ପାଞ୍ଚୋଟି ଶ୍ରେଣୀର ଛାତ୍ରଛାତ୍ରୀ ମାଟି ଚଟାଣ ଉପରେ ଏକାଠି ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ।

ଶୌଚାଳୟ ଦୁଇଟିର ନିର୍ମାଣ କାର୍ଯ୍ୟ ସରିନଥିବାରୁ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଦୀର୍ଘ ବର୍ଷ ହେଲା କାହିଁକି ଏହି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସମାପ୍ତ କରୁନାହାନ୍ତି ? ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି କରିଛି । ପାଉଡ଼ିଭୂୟାଁ ଆଦିମ ଜନଜାତି ପିଲାଙ୍କୁ ଶିକ୍ଷିତ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଏ ଅଞ୍ଚଳରେ କୋଟି କୋଟି ଟଙ୍କା ବ୍ୟୟ କରି ଶିକ୍ଷା ଭିତ୍ତିଭୂମିର ବିକାଶ କରି ଚାଲିଥିବା ବେଳେ ବିକାଶ ଏଠାରେ କିଭଳି ଚାଲିଛି ଖୁଣ୍ଟାଡ଼ିହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ତାହାର ଏକ ନମୁନା ମାତ୍ର ।

ଇଟିଭି ଭରତ, ଦେବଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.