ETV Bharat / state

ମରାମତି ଅଭାବରୁ ମରଣଯନ୍ତା ପାଲଟିଛି ରାଞ୍ଚି-ବିଜୟୱାଡା NH, ପ୍ରଶାସନର ନିଘା ନାହିଁ

ମରଣଯନ୍ତା ପାଲଟିଛି ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ । ମରାମତି ଅଭାବରୁ ଏହି ଜାତୀୟ ରାଜପଥ ଅବସ୍ଥା ଦିନକୁ ଦିନ ବେହାଲ ହୋଇ ପଡିଥିବା ବେଳେ ଯାତାୟତରେ ଦେଖାଦେଇଛି ନାହିଁନଥିବା ସମସ୍ୟା । ଅଧିକ ପଢନ୍ତୁ

author img

By

Published : Oct 7, 2022, 2:10 PM IST

ମରାମତି ଅଭାବରୁ ମରଣଯନ୍ତା ସାଜିଛି ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ

ଦେବଗଡ: ମରଣଯନ୍ତା ପାଲଟିଛି ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ । ମରାମତି ଅଭାବରୁ ଏହି ଜାତୀୟ ରାଜପଥ ଅବସ୍ଥା ଦିନକୁ ଦିନ ବେହାଲ ହୋଇ ପଡିଛି । ଏନେଇ ଯାତାୟତରେ ଦେଖାଦେଇଛି ନାହିଁ ନ ଥିବା ସମସ୍ୟା । ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା ।

ସୂଚନା ଅନୁଯାୟୀ, ମାଓବାଦୀ ଉପଦ୍ରୁତ ଅଞ୍ଚଳର ବିକାଶ ତଥା ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳକୁ ସଂଯୋଗ କରିବା ଲକ୍ଷ୍ୟରେ ଗତ 2017 -18 ମସିହାରେ ସରକାର ନିର୍ମାଣ କରିଥିଲେ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ । ଏହି ପରିପ୍ରେକ୍ଷୀରେ ମାଓ ଉପଦ୍ରୁତ ଦେବଗଡ଼ ଜିଲ୍ଲା ଦେଇ ଅତିକ୍ରମ କରିଛି ଏହି ରାଜପଥ । ତେବେ ଜିଲ୍ଲାରେ ଏହି ରାଜପଥଟି ନିର୍ମାଣ ହେବା ପରଠାରୁ ବିଶେଷ ଭାବେ ଯାନବାହନ ଚଳାଚଳ କରିନଥିଲା । ମାତ୍ର ବିଗତ କିଛି ମାସ ହେଲା ଏହି ରାଜପଥ ଉପରେ ପ୍ରତିଦିନ ବହୁ ସଂଖ୍ୟାରେ ଯାନବାହାନ ଚଳାଚଳ କରିଆସୁଛି ।

ତେବେ ମୁଖ୍ୟତଃ ଏହି ରାଜପଥ ଉପରେ କୋଇଲା ଓ ଲୁହାପଥର ବୋଝେଇ ଟ୍ରକ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଦେବଗଡ଼ ସହର ଠାରୁ କରଲଗା ପର୍ଯ୍ୟନ୍ତ 45 କିଲୋମିଟର ରାସ୍ତା ଆଉ ଯାତାୟତ ଉପଯୋଗୀ ହୋଇ ରହିନାହିଁ । ଅଧିକାଂଶ ସ୍ଥାନରେ ରାସ୍ତା ଉପରୁ ପିଚୁ ଓ ମେଟାଲ ଉଠି ତିନି ଚାରି ଫୁଟ ପର୍ଯ୍ୟନ୍ତ ଗାଡ଼ଖାଲ ସୃଷ୍ଟି ହୋଇଛି । ଫଳରେ ଏହି ରାଜପଥ ଉପରେ ଯାନବାହନ ଚଳାଚଳ କଷ୍ଟସାଧ୍ୟ ହୋଇ ପଡିଛି । ତେବେ ଉଦବେଗର ବିଷୟ ହେଲା ଯେ ରାଜପଥଟି ଗାଡ଼ଖାଲରେ ଭର୍ତ୍ତି ହୋଇଥିବାରୁ ଦିନକୁ ଦିନ ଏଠାରେ ସଡକ ଦୁର୍ଘଟଣା ମାନ ବୃଦ୍ଧି ପାଉଥିବା ବେଳେ ବହୁ ଧନଜୀବନ ନଷ୍ଟ ହେଉଛି ।

ଏହା ମଧ୍ୟ ପଢନ୍ତୁ-ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ଝୁଲିଲା ତାଲା, ଖୋଲା ପଡ଼ିଆରେ ଛାତ୍ରଛାତ୍ରୀ

କ୍ଷୋଭର ବିଷୟ ଏହା ଯେ, ରାସ୍ତା ନିର୍ମାଣ କରି ପୂର୍ତ୍ତ ବିଭାଗୀୟ କତ୍ତୃପକ୍ଷ ନିଜ ଦାୟିତ୍ବ ସମ୍ପାଦନ କରି ଦେଇଥିବା ବେଳେ ଏହାର ମରାମତି ଦିଗରେ ଆଉ ଦୃଷ୍ଟି ଦେଉନାହାନ୍ତି । ଫଳରେ ଦେଶର ଏହି ପ୍ରମୁଖ ଜାତୀୟ ରାଜପଥଟି ଏବେ ମରଣଯନ୍ତାରେ ପରିଣତ ହୋଇଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.