ETV Bharat / state

ସମନ୍ବିତ କୃଷି ପ୍ରଣାଳୀ କରାଇଛି ସ୍ୱାବଲମ୍ବୀ - ସଫଳ ଚାଷୀ ନାରାୟଣ

ଏକ ସ୍ୱୟଂ ସମ୍ପୂର୍ଣ୍ଣ କୃଷି ପ୍ରଣାଳୀକୁ ଆପଣାଇ ସ୍ୱାବଲମ୍ବୀ ହୋଇଛନ୍ତି ଦେବଗଡର ନାରାୟଣ । ଚାଷରୁ ବାର୍ଷିକ ସେ 4 ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରି ପାରୁଛନ୍ତି । ଅଧିକ ପଢନ୍ତୁ...

ସମନ୍ବିତ କୃଷି ପ୍ରଣାଳୀ କରାଇଛି ସ୍ୱାବଲମ୍ବୀ
ସମନ୍ବିତ କୃଷି ପ୍ରଣାଳୀ କରାଇଛି ସ୍ୱାବଲମ୍ବୀ
author img

By

Published : Oct 9, 2021, 3:52 PM IST

ଦେବଗଡ: ସମନ୍ବିତ କୃଷି ପ୍ରଣାଳୀ ଦେଇଛି ରୋଜଗାର । ଏକ ସ୍ୱୟଂ ସମ୍ପୂର୍ଣ୍ଣ କୃଷି ପ୍ରଣାଳୀକୁ ଆପଣାଇ ସ୍ୱାବଲମ୍ବୀ ହେବା ସହିତ ଜଣେ ସଫଳ ଚାଷୀ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ଦେବଗଡ ଭେଜିକୁଦର ଗାଁର ନାରାୟଣ ଦେହୁରୀ । ତାଙ୍କ ବୟସ ପାଖାପାଖି ସତୁରି ହେବ । ତଥାପି ତାଙ୍କର ରହିଛି ଦୃଢ ମନବଳ । ଶିକ୍ଷାଗତ ଯୋଗ୍ୟତା ତାଙ୍କର ବେଶି ନଥିଲେ ମଧ୍ୟ ନିଜର ନିଷ୍ଠା ଓ ଉଦ୍ୟମ ବଳରେ ସେ ଜିଲ୍ଲାର ଜଣେ ଅଗ୍ରଣୀ ଚାଷୀ ଭାବରେ ବେଶ ଜଣାଶୁଣା । ସବୁଜ ବଣ ପାହାଡ ପରିବେଷ୍ଟିତ ତଥା ଆଦିବାସୀ ଅଧ୍ୟୁଷିତ ଦେବଗଡ଼ ଜିଲ୍ଲାରେ ଅଧିକାଂଶ ଚାଷୀ ଧାନଚାଷ ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ଆସିଥାନ୍ତି ।

ସମନ୍ବିତ କୃଷି ପ୍ରଣାଳୀ କରାଇଛି ସ୍ୱାବଲମ୍ବୀ

ହେଲେ ନାରାୟଣ ଜଣେ ସାଧାରଣ ଚାଷୀ ହୋଇ ମଧ୍ୟ ସମନ୍ବିତ କୃଷି ପ୍ରଣାଳୀରେ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ବର୍ତ୍ତମାନ ସମୟରେ କୃଷି କ୍ଷେତ୍ରରେ ଦେଖା ଦେଇଥିବା ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ଦୃଷ୍ଟିରେ ରଖି ସେ ସ୍ୱୟଂ ସମ୍ପୂର୍ଣ୍ଣ କୃଷି ପ୍ରଣାଳୀକୁ ଆପଣେଇ ନେଇଛନ୍ତି । ଫଳରେ ଗୋଟିଏ ଫସଲରେ ହେଉଥିବା କ୍ଷତିକୁ ଅନ୍ୟ ଫସଲର ଭରଣା କରାଯାଇ ପାରୁଛି । ଦେବଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରାମର୍ଶ କ୍ରମେ ଧାନଚାଷ ଓ ରବି ଜାତୀୟ ଫସଲ କରିବା ସହ ନିଜର ଚାରି ଏକର ଜମିରେ 3 ଟି ବନ୍ଧ ଖୋଳି ସେଠାରେ ମାଛ ଚାଷ କରିଛନ୍ତି ।

ଏଥି ସହିତ 250 ବତକ ଓ 150 କଡ଼କନାଥ କୁକୁଡ଼ା ପାଳନ କରିବା ସହିତ ଉନ୍ନତ ମାନର ଗାଈ ଓ ଛେଳି ଚାଷ କରିଛନ୍ତି । ନିଜ ବଗିଚାରେ ଶତାଧିକ ସଂଖ୍ୟାରେ ଆମ୍ବ କଦଳୀ , ଅମୃତଭଣ୍ଡା ଆଦି ଗଛ ମଧ୍ୟ ଲଗାଇଛନ୍ତି । ଏହି ଚାଷରୁ ସେ ବାର୍ଷିକ 4 ଲକ୍ଷ ରୁ ଅଧିକ ଟଙ୍କା ରୋଜଗାର କରି ପାରୁଛନ୍ତି । ନିଜର ନିଷ୍ଠା ଓ ଉଦ୍ୟମ ବଳରେ ସମନ୍ବିତ କୃଷି ପ୍ରଣାଳୀକୁ ଆପଣେଇ ଥିବା ନାରାୟଣ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ।

ଦେବଗଡରୁ ସରୋଜ କୁମାର ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.