ETV Bharat / state

୧୩ ଲକ୍ଷ ଚଳୁ କରିଦେଲେ ଆକାଉଣ୍ଟାଣ୍ଟ, ପୋଲିସର ନିଷ୍କ୍ରିୟତା ଉପରେ ଉଠିଲା ପ୍ରଶ୍ନ - ଦେବଗଡ ପୌର ପରିଷଦରେ ଅର୍ଥ ହଡପ

ଦେବଗଡ ପୌର କାର୍ଯ୍ୟାଳୟରେ ବଡ ଧରଣର ଘୋଟାଲା ଅଭିଯୋଗ । ଆକାଉଣ୍ଟାଣ୍ଟ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ 13 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ପରେ ପୋଲିସର ନିଷ୍କ୍ରିୟତାକୁ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

୧୩ ଲକ୍ଷ ଚଳୁ କରିଦେଲେ ଆକାଉଣ୍ଟାଣ୍ଟ, ପୋଲିସର ନିଷ୍କ୍ରିୟତା ଉପରେ ଉଠିଲା ପ୍ରଶ୍ନ

author img

By

Published : Jul 6, 2022, 5:20 PM IST

ଦେବଗଡ଼: ଜିଲ୍ଲା ପୌର କାର୍ଯ୍ୟାଳୟରେ ବଡ ଧରଣର ଘୋଟାଲା ଅଭିଯୋଗ । ଆକାଉଣ୍ଟାଣ୍ଟ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ 13 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଦେଇଥିବା ଜଣାପଡିଛି । ଏନେଇ ପୌର ନିର୍ବାହୀ ଅଧିକାରୀ ଦେବଗଡ଼ ଆଦର୍ଶ ଥାନାରେ ଏତଲା ଦେଇଥିଲେ ମଧ୍ଯ ଦୀର୍ଘଦିନ ପରେ ମଧ୍ୟ ପୋଲିସର ହାତ ଖାଲି ।

୧୩ ଲକ୍ଷ ଚଳୁ କରିଦେଲେ ଆକାଉଣ୍ଟାଣ୍ଟ, ପୋଲିସର ନିଷ୍କ୍ରିୟତା ଉପରେ ଉଠିଲା ପ୍ରଶ୍ନ

ଦେବଗଡ଼ ପୌର ପରିଷଦରେ ଅବସରପ୍ରାପ୍ତ କର୍ମଚାରୀ ଜଗବନ୍ଧୁ ମୁଣ୍ଡାଙ୍କ ଅର୍ଥ ହଡପ ଘଟଣା ଜିଲ୍ଲାବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ତତ୍କାଳୀନ ପୌର ପ୍ରଶାସକ ତଥା ପୂର୍ବତନ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆତସୀ ପରିଡା, ଆକାଉଣ୍ଟାଣ୍ଟ ବିନୋଦ ନାଗ ଓ ମୁଖ୍ୟ କିରାଣୀ ଅଶ୍ବିନୀ ବେହେରାଙ୍କ ନାମରେ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜଗବନ୍ଧୁ । ଅପରପକ୍ଷରେ, ଏହି ଅର୍ଥ ହଡପ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଖୋଦ ପୌର ନିର୍ବାହୀ ଅଧିକାରୀ ଆତସୀ ପରିଡା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ପୋଲିସ ନିଷ୍କ୍ରିୟତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଦେବଗଡ଼ ପୌର ପରିଷଦରେ ସମ୍ବଲପୁର ଜିଲ୍ଲା ବୁର୍ଲାର ବିନୋଦ ନାଗ ଇନଚାର୍ଜ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ସେ ପୌର ପରିଷଦର ଅବସର ପ୍ରାପ୍ତ କର୍ମଚାରୀ ଜଗବନ୍ଧୁ ମୁଣ୍ଡାଙ୍କ ବକେୟା ଦରମା ବାବଦକୁ ଗତ 2021 ମସିହା ନଭେମ୍ବରରେ 5 ଲକ୍ଷ ଓ ଡିସେମ୍ବରରେ 8 ଲକ୍ଷ 50 ହଜାର ଯଥାକ୍ରମେ ଦୁଇଟି କିସ୍ତିରେ ଟ୍ରେଜେରୀ ବିଲରେ ଭୁବନ ମୋହନ ନାୟକ ଓ ଅମୃତି ସାହୁ ନାମକ ଦୁଇଟି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ । ଟଙ୍କା ଆତ୍ମସାତ କରି ଛୁଟି ବାହାନାରେ ବିନୋଦ ନାଗ କେଉଁଆଡେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସମ୍ପୃକ୍ତ ଆକାଉଣ୍ଟାଣ୍ଟ ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି । ସେପଟେ ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ ସମେତ ପାଞ୍ଚଜଣ କାଉନସିଲର ଏନେଇ ଦେବଗଡ଼ ଏସପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହା ସତ୍ତ୍ବେ ଜିଲ୍ଲା ପୋଲିସ ହାତବାନ୍ଧି ବସିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.