ETV Bharat / state

କୋର୍ଟକୁ ହାଜର ହେବାକୁ ଯାଇ ଫେରିଲେନି ବ୍ୟକ୍ତି, ବିଲରୁ ମିଳିଲା ମୃତଦେହ

author img

By

Published : Sep 4, 2022, 10:54 AM IST

ଦେବଗଡ ବଣିଆକିଲିଣ୍ଡା ଗ୍ରାମର ଚାଷ ଜମିରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ଚାଷ ଜମିରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଦେବଗଡ: ଚାଷ ଜମିରୁ ଗଳିତ ମୃତଦେହ ଉଦ୍ଧାର । ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ବଣିଆକିଲିଣ୍ଡା ଗ୍ରାମର ଏକ ଚାଷ ଜମିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଉଛନ୍ତି ବାରକୋଟ ଥାନା ଅନ୍ତର୍ଗତ ବଳିତା ଗ୍ରାମର 48 ବର୍ଷ ବୟସ୍କ ଝସକେତନ ବେହେରା । ସେ କିଛିଦିନ ହେବ ନିଖୋଜ ଥିବା ବେଳେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ 26 ତାରିଖ ଦିନ ଏକ କେଶରେ ହାଜର ହେବାପାଇଁ ଦେବଗଡ କୋର୍ଟକୁ ଆସି ଆଉ ଘରକୁ ଫେରି କେଉଁଆଡେ ନିଖୋଜ ହୋଇଯାଇଥିଲେ ମୃତ ଝସକେତନ ବେହେରା । ତାଙ୍କ ସାଥୀରେ ଆସିଥିବା ଅନ୍ୟ ଜଣେ ବ୍ୟକ୍ତି ଘରକୁ ଫେରିଥିବା ବେଳେ ଝସକେତନ ନଫେରିବାରୁ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିଥିଲେ । ଏହାପରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ତାଙ୍କ ସାର୍ଟ ଓ ଗାମୁଛା ମିଳିଥିବା ବେଳେ ତାଙ୍କର କୌଣସି ପତ୍ତା ମିଳିନଥିଲା।

ଏହା ମଧ୍ୟ ପଢନ୍ତୁ-କମିବ ଗୁଳୁଗୁଳି, ରାଜ୍ୟରେ ୫ରୁ ବଢିବ ବର୍ଷା

ଶନିବାର ବଣିଆକିଲିଣ୍ଡା ଗ୍ରାମର ଲୋକେ ଚାଷ କାର୍ଯ୍ୟ ପାଇଁ ଜମିକୁ ଯାଇଥିବା ବେଳେ ଏକ ଗଳିତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକଙ୍କୁ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ବେକ ଓ ହାତରେ ବନ୍ଧା ଥିବା ସୁତାରୁ ଝସକେତନଙ୍କୁ ଚିହ୍ନଟ କରିଥିଲେ। ଏହାପରେ ଘଟଣାସ୍ଥଳରେ ଦେବଗଡ ଆଦର୍ଶ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଝସକେତନଙ୍କ ମୃତ୍ୟୁ କିପରୁ ହେଲା ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଏନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ପରିବାର ତରଫରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପୋଲିସର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ । ଯଦି ଏହା ଏକ ହତ୍ୟାକାଣ୍ଡ ହୋଇଥାଏ, ତେବେ କିଏ ଓ କାହିଁକି ଝସକେତନକୁ ହତ୍ୟା କଲା ସନେଇ ତଦନ୍ତ କରିବ ପୋଲିସ ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.