ETV Bharat / state

ଦେବଗଡ଼ରେ ପୁଣି ମାତିଲେ ହାତୀପଲ: ଭାଙ୍ଗିଲେ ଘର, ନଷ୍ଟ କଲେ ବାଡିବଗିଚା

ଦେବଗଡ଼ରେ ପୁଣି ମାତିଲେ ହାତୀପଲ । ରିଆମାଳ ରେଞ୍ଜ ଅଧିନ ଖିଲେଇ ପଞ୍ଚାୟତର ଛୁଆଖୋଲ ଗାଁକୁ ଏକ ଦନ୍ତାହାତୀ ଆସି ସେହି ଗ୍ରାମର କୃଷ୍ଣଚନ୍ଦ୍ର ଧୀବରଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି । ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ଶୋଇଥିବା ପାଞ୍ଚ ପ୍ରାଣୀ। ଅଧିକ ପଢନ୍ତୁ...

author img

By

Published : Jan 10, 2021, 11:45 AM IST

ଦେବଗଡ଼ରେ ପୁଣି ମାତିଲେ ହାତୀପଲ; ଭାଙ୍ଗିଲେ ଘର, ନଷ୍ଟ କଲେ ବାଡିବଗିଚା

ଦେବଗଡ଼: ପୁଣି ମାତିଲେ ହାତୀପଲ । ଘରଦ୍ବାର ଭାଙ୍ଗିବା ସହ ନଷ୍ଟ କଲେ ବାଡିବଗିଚା । ଫଳରେ ଏନେଇ ଲୋକେ ଆତଙ୍କିତ । ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି(ଶନିବାର) ରାତି ପ୍ରାୟ 10ଟା ସମୟରେ ରିଆମାଳ ରେଞ୍ଜ ଅଧିନ ଖିଲେଇ ପଞ୍ଚାୟତର ଛୁଆଖୋଲ ଗାଁକୁ ଏକ ଦନ୍ତାହାତୀ ଆସି ସେହି ଗ୍ରାମର କୃଷ୍ଣଚନ୍ଦ୍ର ଧୀବରଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି । ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ଶୋଇଥିବା ପାଞ୍ଚ ପ୍ରାଣୀ। ଏଥି ସହିତ ଦନ୍ତାହାତୀଟି ଘରେ ପଶି ସବୁକିଛି ଖାଦ୍ୟଶସ୍ୟ ନଷ୍ଟ କରିଦେଇଛି । ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ 5 ପ୍ରାଣୀ କୁଟୁମ୍ବ ଏବେ ବାସହରା ହୋଇ ପଡିଛନ୍ତି ।

ସେହିପରି ଦନ୍ତାହାତୀଟି ସେହି ଗ୍ରାମର ଇନ୍ଦ୍ରମଣି ଧୀବରଙ୍କ ଆଳୁବଗିଚା ସମ୍ପୂର୍ଣ୍ଣ ନଷ୍ଟ କରି କରିଦେଇତିବା ବେଳେ ଗୁଣ୍ଡେଇମରା ଗାଁର ଜୟନ୍ତୀ ମୁଣ୍ଡା ନାମକ ଜଣେ ମହିଳାଙ୍କ ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଥିବା ଜଣାଯାଇଛି । ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁଦିନ ଅସହ୍ୟ ହେଉଥିବା ବେଳେ, ଏହାକୁ ପ୍ରତିରୋଧ କରିବାରେ ବନବିଭାଗ ବାରମ୍ବାର ଅସଫଳ ହେଉଛି । ତେଣୁ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.