ETV Bharat / state

ମୃତ ବ୍ୟକ୍ତି ନାଁରେ ଟଙ୍କା ଆତ୍ମସାତ

author img

By

Published : Mar 31, 2021, 9:47 PM IST

ମୃତ ବ୍ୟକ୍ତିଙ୍କ ନାମରେ ଜାଲିଆତି କରି ଟଙ୍କା ଉଠାଇ ନେଲେ ସେବା ସମବାୟ ସମିତି ସମ୍ପାଦକ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଦେବଗଡ଼ ଜିଲ୍ଲା ଗାଙ୍ଗନଣ ସେବା ସମବାୟ ସମିତି ସମ୍ପାଦକ ଗୌତମ ଦେହୁରୀଙ୍କ ବିରୋଧରେ । ଅଧିକ ପଢନ୍ତୁ...

ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ତୋଷାରପାତ, ସମ୍ପାଦକଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଦେବଗଡ଼: ମୃତ ବ୍ୟକ୍ତିଙ୍କ ନାମରେ ଜାଲିଆତି କରି ଟଙ୍କା ଉଠାଇ ନେଲେ ସେବା ସମବାୟ ସମିତି ସମ୍ପାଦକ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଦେବଗଡ଼ ଜିଲ୍ଲା ଗାଙ୍ଗନଣ ସେବା ସମବାୟ ସମିତି ସମ୍ପାଦକ ଗୌତମ ଦେହୁରୀଙ୍କ ବିରୋଧରେ ।
ଏହି ବିଷୟରେ ବଡ଼ଛାପଲ ପଞ୍ଚାୟତ ଅନ୍ତର୍ଗତ ବିଛଣାପୁର ଗ୍ରାମର ସ୍ବର୍ଗତ କାତୁ ଠାକୁରଙ୍କ ପୁଅ ସଞ୍ଜୟ ଠାକୁର ଦେବଗଡ଼ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ଏହାର ନକଲ ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଓ ଦେବଗଡ଼ ଭିଜିଲାନ୍ସ ଡ଼ିଏସପିଙ୍କୁ ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ସଞ୍ଜୟ ଠାକୁରଙ୍କ ପିତା ସ୍ବର୍ଗତ କାତୁ ଠାକୁରଙ୍କ ଗତ 2010 ମସିହା ଜୁଲାଇ ମାସ 12 ତାରିଖ ଦିନ ଦେହାନ୍ତ ହୋଇସାରିଛି । ଏହାସତ୍ତ୍ୱେ ତାଙ୍କର କେସିସି ଆକାଉଣ୍ଟକୁ ଗତ 2015-16 ମସିହାରେ ରେଗୁଲାର କରାଯାଇ ସେହି ଆକାଉଣ୍ଟରୁ ସରକାର ଘୋଷଣା କରିଥିବା ମରୁଡି ସହାୟତା ଟଙ୍କା ଉକ୍ତ ସେବା ସମବାୟ ସମିତି ସମ୍ପାଦକ ଗୌତମ ଦେହୁରୀ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।

ଏଥିସହ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଅଭିଯୋଗକାରୀ ଦାବି କରିଛନ୍ତି । ଏହି ଜାଲିଆତି ଘଟଣା ଲୋକଲୋଚନକୁ ଆସିବା ପରେ ଏନେଇ ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏହି ଅଭିଯୋଗ ସମ୍ପର୍କରେ ଆମେ ଗାଙ୍ଗନଣ ସେବା ସମବାୟ ସମିତି ସମ୍ପାଦକ ଗୌତମ ଦେହୁରୀଙ୍କୁ ଯୋଗାଯୋଗ କରିଥିଲୁ । ମାତ୍ର ସେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ସହିତ ତାଙ୍କର ମୋବାଇଲ ସୁଇଚ ଅଫ୍ ରହିଥିବାରୁ ତାଙ୍କ ମତାମତ ମିଳିପାରିନାହିଁ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.