ETV Bharat / state

ଧାନ ଫସଲରେ ମାଡୁଛି ଚକଡ଼ା ପୋକ, ମୁଣ୍ଡରେ ହାତ ଦେଲେଣି ଚାଷୀ - ଦେବଗଡ ଜିଲ୍ଲାରେ ଧାନ ଫସଲ ନଷ୍ଟ

ଚାଷୀଙ୍କୁ ଟେନସନ ଦେଉଛି ଚକଡା ପୋକ । ନଷ୍ଟ ହେବାରେ ଲାଗିଛି ଶହ ଶହ ଏକର ଧାନ ଫସଲ । ହେଲେ ଏହାର ନିରାକରଣ ତ ଦୂରର କଥା, ଜିଲ୍ଲା କୃଷି ବିଭାଗରେ ଏ ସମ୍ପର୍କରେ କୌଣସି ଖବର ବି ରହୁନି । ଅଧିକ ପଢନ୍ତୁ

ଚକଡ଼ା ପୋକ ଲାଗି ଧାନ ଫସଲ ନଷ୍ଟ
ଚକଡ଼ା ପୋକ ଲାଗି ଧାନ ଫସଲ ନଷ୍ଟ
author img

By ETV Bharat Odisha Team

Published : Nov 10, 2023, 8:42 AM IST

ଚକଡ଼ା ପୋକ ଲାଗି ଧାନ ଫସଲ ନଷ୍ଟ

ଦେବଗଡ: ଧାନ ଚାଷୀଙ୍କୁ ଦାଉ ସାଧୁଛି ଚକଡ଼ା ପୋକ । ନଷ୍ଟ ହେବାରେ ଲାଗିଛି ଶହ ଶହ ଏକର ସୁନାର ଫସଲ । ଯେତେ କୀଟନାଶକ ପ୍ରୟୋଗ କଲେ ବି କିଛି ଲାଭ ହେଉନି । ଧାରକରଜ କରି ଚାଷ କରିଥିବା ଚାଷୀକୂଳ ଏବେ ଧାନ ଫସଲକୁ ନେଇ ମୁଣ୍ଡରେ ହାତ ଦେଇଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ । ବିଡ଼ମ୍ବନାର ବିଷୟ ଯେ, ଏହାର ନିରାକରଣ ତ ଦୂରର କଥା, ଜିଲ୍ଲା କୃଷି ବିଭାଗରେ ଏ ସମ୍ପର୍କରେ କୌଣସି ଖବର ବି ନାହିଁ ।

କୃଷି ପ୍ରଧାନ ଦେବଗଡ଼ ଜିଲ୍ଲା । ଏହି ଜିଲ୍ଲାର ପ୍ରାୟ 80 ପ୍ରତିଶତ ଲୋକ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରିଥାଆନ୍ତି । ଚଳିତ ବର୍ଷ ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ଧାନ ଚାଷ ପାଇଁ ବେଶ ଅନୁକୂଳ ହୋଇଥିଲା । ଚାଷୀକୂଳ ଏ ବର୍ଷ ଭଲ ଧାନ ଅମଳ କରିବେ ବୋଲି ଆଶା ବାନ୍ଧି ବସିଥିଲେ । ହେଲେ ମାସେ ହେଲା ଧାନ କେଣ୍ଡା ଧରିବା ସମୟରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ଗଛରେ ଚକଡ଼ା ପୋକ ମାଡ଼ି ଯାଉଥିବା ଦେଖାଯାଇଛି । ଚକଡ଼ା ପୋକ ଲାଗିବାରୁ ଜିଲ୍ଲାର ବାରକୋଟ, ତିଳେଇବଣି ଓ ରିଆମାଳ ବ୍ଲକର ଶହ ଶହ ଏକର ଚାଷଜମିରେ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବାରେ ଲାଗିଛି । ଧାନ ଗଛ ଶୁଖି ପାଳ ହୋଇଗଲାଣି ।

ଏହାମଧ୍ୟ ପଢନ୍ତୁ: ଧାନ କେଣ୍ଡାରୁ ବାହାରୁଛି ଅଗାଡି, ଚକଡା ସାଙ୍ଗକୁ ମରୁଡି ସମସ୍ୟା ନେଇ ଚିନ୍ତାରେ ଚାଷୀ

ମୁଖ୍ୟତଃ ବାରକୋଟ ବ୍ଲକର କଲା ଓ ସଇଡା ପଞ୍ଚାୟତ ଏବଂ ତିଳେଇବଣି ବ୍ଲକର ଲାଇମୁରା ପଞ୍ଚାୟତର ଅଧିକାଂଶ ଅଞ୍ଚଳରେ ଚକଡ଼ା ପୋକ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଚକଡ଼ା ପୋକ ଧାନ ଗଛର ମୂଳକୁ ଖାଇ ଦେଉଥିବାରୁ ଧାନ କେଣ୍ଡା ଧରିବା ପରିବର୍ତ୍ତେ ଶୁଖି ନଷ୍ଟ ହୋଇଯାଉଛି । ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପରୋକ୍ତ ଅଞ୍ଚଳରେ ପ୍ରାୟ 100 ହେକ୍ଟରରୁ ଅଧିକ ଚାଷଜମିରେ ଧାନଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ଚକଡ଼ା ପୋକ ଦାଉରୁ ଫସଲକୁ କିଭଳି ରକ୍ଷା କରିବେ, ତାହାର କୌଣସି ଉପାୟ ପାଉନାହାନ୍ତି ଚାଷୀ । ଏହି ପୋକ ଦିନକୁ ଦିନ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ।

କିନ୍ତୁ ଜିଲ୍ଲା କୃଷି ବିଭାଗରେ ଏ ସମ୍ପର୍କରେ କୌଣସି ମଧ୍ୟ ଖବର ନାହିଁ । କୃଷି ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁନଥିବା କିମ୍ବା ଚାଷୀଙ୍କୁ କୌଣସି ସହାୟତା ଯୋଗାଇ ଦେଉନଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ବ୍ୟାପିବାରେ ଲାଗିଥିବା ଚକଡ଼ା ପୋକ ଦାଉରୁ ଧାନ ଫସଲକୁ ରକ୍ଷା କରିବା ପାଇଁ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଆବଶ୍ୟକ ଔଷଧ ଯୋଗାଇଦେବା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି । ଏ ଦିଗରେ କୃଷି ବିଭାଗ ତୁରନ୍ତ ବିହିତ ପଦକ୍ଷେପ ନନେଲେ ଚଳିତ ବର୍ଷ ଚକଡ଼ା ପୋକ ଯୋଗୁଁ ଦେବଗଡ଼ ଜିଲ୍ଲାରେ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯିବାର ଆଶଙ୍କା ରହିଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.